ସାହିତ୍ୟ ଜୀବନ କୁ ସ୍ୱାଗତ । ଏହା ସାହିତ୍ୟ ର ଉନ୍ନତି ପାଇଁ ଏକ ଛୋଟ ପ୍ରୟାସ । ଗଳ୍ପ ଓ କବିତା ରଚନାକୁ ବଜାୟ ରଖିବାକୁ ଶତଚେଷ୍ଟିତ "ସାହିତ୍ୟ ଜୀବନ" । ଆପଣଙ୍କର କେତେଜଣ ଅଛନ୍ତି ଯେଉଁମାନଙ୍କ ପାଇଁ ଏହା ଏକ ଛୋଟ ଗ୍ରାମ । ଏହାର ଜୀବନ ତୁମ୍ଭର ନିଜ ସଖା ।

ମୋ ଜନ୍ମଭୂମି - ବିଶ୍ୱଜିତା ବରାଳ ,ପୁରୀ

        :: ମୋ ଜନ୍ମଭୂମି ::
ଯାହାରି କୋଳେ ଜନମି ମୁହିଁ
ହୋଇଛି ଆଜି ସୁଠଳ
ସେ‌ହି ମୋ ପ୍ରିୟ ଷଠୀଘର
ଆର୍ଯ୍ୟ ଭୂମିର ଏନ୍ତୁଡ଼ିଶାଳ ।।
ତୁଷାର-ଶୁଭ୍ର ମୁକୁଟ ଶୋଭେ
ତୃଙ୍ଗ ହିମାଳୟ ଗିରି
ରତ୍ନାକର ଯାର ଚରଣ ଛୁଏ
ମଧୁର ଗାନ କରି ।।
କେତେ ଯେ ସଇନୀ ସୁର ପ୍ରସବିନୀ
ବୁହାଇ ରକତ ଧାର
ଭାରତ ମାତାର ଟେକ ରଖିଲେ
ଏଇ ଜନ୍ମଭୂମି ସାକ୍ଷୀ ତା'ର ।।
ଗାନ୍ଧୀ ଗୋପବନ୍ଧୁ ମୀରାବାଇ
ରକତେ ଲେଖିଲେ ନାଆଁ
ଶସ୍ଯ ଶ୍ୟାମଳା ଧବଳ ମୀରା
ଗାଏ ସୁଲୁସୁଲୁ ବାଆଁ ।।
ଲାଲ ଗଡର ମାଟି ଭିଜାଇ
ଶତ୍ରୁ ଶୃଣିତ ଧାରା
ଫିରିଙ୍ଗି ଆଜି ଯାଇଛି ହଜି
ପାଇଣ ଅମୃତ ଧାରା ।।
ପ୍ରେମ ପିୟୁଷ ମାନସ ହଂସ
ହରି ଗୁଣ କୀର୍ତ୍ତନ
ଶୂନ୍ୟ ପୁରୁଷ ଉଦାସ ରହି
ତୁଳିତଳ୍ପରେ ଧର୍ମ ସ୍ଥାପନ ।।
ଅନ୍ତିମ ଶଯ୍ୟା ଏଇଠି ମୋର
ଶୁଣିବ ରାମ ଧୂନି
ମେଘ ମଲ୍ଲାର ସାକ୍ଷୀ ରହିବେ
ଏ ମୋ ଜନମ ଭୂମି ।।

ବିଶ୍ୱଜିତା ବରାଳ ପୁରୀ

No comments: