******ସମ୍ପର୍କ********
ସମ୍ପର୍କ ଵଳେ ମଣିଷ ଜିଇଁଇ
ଏ ମହୀ ମଣ୍ଡଳେ ।।
ଵିଶ୍ୱାସରେ ହୁଏ ପ୍ରତିଷ୍ଠା ସମ୍ପର୍କର
ଭିତ୍ତିପ୍ରସ୍ତର
ଅବିଶ୍ୱାସ,ଛଳନାରେ ସ୍ଖଳିତ ହୁଏ
ସମ୍ପର୍କ, ମନ ହୁଏ ଅସ୍ଥିର ।।
ସମ୍ପର୍କ ବିନା ମଣିଷ ଯେସନ
ଜୀବନ ଵିହୁନେ ଝସ ଯେସନ ।।
ସମ୍ପର୍କର ଚତୁଃସମ ସୁଷମ କରି
ଦେହେ ଯେଵେ ଲିପିବ
ଆମନ୍ତ୍ରିତ ଅସୁମାରୀ କରୁଣ କ୍ଳେଶରୁ
ଅଳ୍ପକେ ଵର୍ତ୍ତିବ ।।
ଜୀବନରେ କୋଟି ଲାବଣ୍ୟନିଧି ସମାନ
ଅଟଇ ସମ୍ପର୍କ ।।
ବିନା ପ୍ରଯତ୍ନେ ଆସଇ
ଉଦୟଭାନୁ ସମ
ପ୍ରସ୍ଥାନ କରଇ ଅସ୍ତଗାମୀ
ରବି ସମ ।।
ସମ୍ପର୍କରେ ଯେବେ ମିଶ୍ରିତ ହେବ
ସ୍ନେହ, କରୁଣା,ଭକ୍ତିର ପଵିତ୍ର ରସ
ପୂରି ଉଠିବ ସର୍ଵ ଅନ୍ତରରେ ପୀୟୁଷ ।।
ମନ ମନର ସମ୍ବନୟ ଅଟେ ସମ୍ପର୍କ
ସେତ ଅଟଇ ଅତ୍ୟନ୍ତ ପବିତ୍ର
ତାକୁ କଳୁଷ,ନିକୃଷ୍ଟ ଭାବନାରେ
ନ କର ଅପବିତ୍ର ।।
ଅଧୁନା ସମାଜ ପାଇଁ ମୂଲ୍ୟହୀନ,ଭିତ୍ତିହୀନ
ଶବ୍ବ ଏକ ସମ୍ପର୍କ
ଅସତ୍ୟ , ପ୍ରତିଷ୍ଠା,ଅର୍ଥ ମମ୍ମୁଖେ ଫରାସ୍ତ
ଆଜି ସମ୍ପର୍କ ।।
କାହା ମନେ ନାହିଁ ଶାନ୍ତି ନାହିଁ ସୁଖ
ଅଶାନ୍ତ ଭରା ମୁଖ
ହୁଅନ୍ତି କାର୍ଯ୍ୟ ପ୍ରତି ଵିମୁଖ ।।
ଆସ ମିଳିତ ହୋଇ ନଵା ଏକ ସଂକଳ୍ପ
ମିଥ୍ୟା, ସ୍ୱାର୍ଥ,ପ୍ରବଞ୍ଚନା ରହିତ
ଗଢ଼ିବା ସମ୍ପର୍କ ମନେ ନ ରଖି କିଛି ଵିକଳ୍ପ ।।
ତପସ୍ବିନୀ ରଥ
କେନ୍ଦ୍ରାପଡା
No comments:
Post a Comment