"ଏମିତି ଏ ସମ୍ପର୍କ"
=========
ସମ୍ପର୍କ—
ଏକ ଅନାହତ ମନର ;
କେବେ ଯୋଡି ହୁଏ—
କେବେ ଭାଙ୍ଗିଯାଏ,
କେବେ ଗଢିଦିଏ ସେତୁ
ଜନ୍ମ ଜନ୍ମାନ୍ତରର ll
ମା' ଠୁଁ ଖୋଜେ ମମତା—
ଭାଇ, ଭଉଣୀଠୁଁ ସ୍ନେହ,
ପରିବାରର ଆତ୍ମୀୟତା ;
ସେନେହ କାଙ୍ଗାଳ ମଣିଷ
ପାଏ ବାସ୍ତବତା ll
ସୁତା ଖିଅରେ ଯେବେ ଯୋଡି ହୁଏ,
ଯତନେ ରଖିଲେ ରଖି ହୁଏ ;
ବେଳେ ବେଳେ ଭାଙ୍ଗିଯାଏ—
ଶବ୍ଦ ହୁଏନା କଷ୍ଟ ହୁଏ
ମାନବତାର ଅର୍ଥ—
ବୁଝେଇ ଦିଏ ll
ସ୍ୱାର୍ଥହୀନ ଆଶା—
ଦରଦୀ ମନର ଭାଷା ;
ଦଲକାଏ ପବନରେ ଭାସେନା
ସତ୍ୟ ସେ ଚିରନ୍ତନ,
ନୂହେଁ ସେ ମିଛ ମରୀଚିକା ll
ଭାଗ୍ୟବାନ୍ ମୁଁ ଏକା
ପ୍ରାପ୍ତି ମୋ ଆଶାଠୁଁ ଅଧିକା,
ଦୁଃଖର ଦରଦ ଦୁଃଖୀ ହିଁ ବୁଝେ ;
ତେଲ ଲୁଣ ସଂସାରରେ—
ମୋ ଭଳି ପାନ୍ଥ ପାଇଁ
ସମ୍ପର୍କ ପାନ୍ଥିକା ll
======@======
ଅଶୋକ କୁମାର ପ୍ରଧାନ
ତର୍କାବେଡା, କଡଲା
ଜିଲ୍ଲା - ଢେଙ୍କାନାଳ
ମୋ - 9556666355
Email - ashok80pradhan@gmail.com
No comments:
Post a Comment