:: ମୋ ଜନ୍ମଭୂମି ::
ଜନ୍ମ ନେଲାପରେ
ମୋ ଅଜାଣତରେ
ମୋ ଦେହରେ ଯେବେ
ଅନୁଭୂତ ହୁଏ
ଯେଉଁ ପ୍ରଥମ ପବନର ସ୍ପର୍ଶ
ଯାହାର ମାଟି
ମୋ ଚିର ସ୍ମୃତି
ସେହି ମୋ ଜନ୍ମଭୂମି
ଯାହାର ପୀଠ ତୁଳସୀ କ୍ଷେତ୍ର
ଆରାଧ୍ଯ ପ୍ରଭୂ ଶ୍ରୀବଳଦେବ
ଯେଉଁଠି ମାଟି ପାଣି ପବନ
କଳା ସଂସ୍କୃତିର ଛନ୍ଦରାଗ
ସେ ମୋ ପବିତ୍ର ଜନ୍ମଭୂମି
ମମତାମୟୀ ମୋ ଜନମ ମାଟି
ତା'ରି କୋଳେ ବଢ଼ିଛି ମୁହିଁ
ଅନେକ ଭାଷା ଅନେକ ଜାତି
ସଂସ୍କାରି ମୋତେ ବଡ଼ କରିଛି
ସେ ମୋ ଜନ୍ମଭୂମି
ମାଟି ଯେଉଁଠି କଥା କହେ
କଲମର ବାର୍ତ୍ତାବହେ
ଲୋକ କଳାର
ଲୋକ ନାଟ୍ଯର
ସଂସ୍କୃତିର ଭିତ୍ତିଭୂମି
ସେ ମୋ ଜନ୍ମଭୂମି
ଇତିହାସ ଯା' ଅତୀତ ସ୍ମରେ
ଯଶକୀର୍ତ୍ତିର ବାର୍ତ୍ତାବହେ
କନିକାଗଡ଼ ରାଜନଅର
ଶିଳ୍ପୀ ସଂଗୀତଜ୍ଞ ଆଉ କଥାକାର
ଯହିଁ ଜନ୍ମିତ ସାଧୁସନ୍ଥ
ସେ ମୋ ଜନ୍ମଭୂମି
ଯାହା ପାଇଁ ମୋ ଏ ନିଃଶ୍ୱାସ ପ୍ରଶ୍ୱାସ
ଯେତେ ଦୂରେ ମୁଁ ରହିଥାଏ
ମୋ ମନ ସେଠି ଲାଗିଥାଏ
ତା' ଚରଣେ ବନ୍ଦନ କରେ
ମୁଁ କୋଟି କୋଟି...
ଚିର ବନ୍ଦନୀୟ
ମୋ ପୂଣ୍ଯଭୂମି
ମୋ ଜନ୍ମଭୂମି ା
ସସ୍ମିତା ଦାସ
ଅଧ୍ଯାପିକା
ଗାୟତ୍ରୀନଗର,ଢେଙ୍କାନାଳ
No comments:
Post a Comment