ଯେତେବେଳେ ମାତୃ ଗର୍ଭେ
ରହି ଥିଲି ଅନ୍ଧାରରେ
ଆଲୋକ ଦେଖିଲି ଆସି
ମୁଁ ଜନମ ଭୂମିରେ।
ନଅ ମାସ ଦଶ ଦିନ
ଅନ୍ଧାକାରେ ରହିଲି
ଲିଳା ଖେଳା କରିଲି ଆସି
ମୁଁ ମାତୃ ଭୂମିରେ।
ବିଶ୍ଵରେ ଅଛି ଯେତେ ଦେଶ
ମହାଦେଶ ମାନ
କେହି ହେବେ ନାହଁ ମୋ ଦେଶ
ଭାରତ ସହ ସମାନ।
ସୈାନ୍ଦର୍ଯ୍ୟ ମୋ ଜନ୍ମଭୂମି
ପବିତ୍ର ଭାରତ ଭୁଇଁ
ବିଶ୍ୱେ ଅଛି ଯେତେ ଦେଶ
ସରିତ କେହି ନାହିଁ।
ଧର୍ମ ପରାୟଣ ମୋହରି ଦେଶ
କଳା ଭାସ୍କର୍ଯ୍ୟ ପରିପୂର୍ଣ୍ଣ
ଭାରତ ଦେଶେ ଜନମ ହୋଇ
ହୋଇଗଲି ମୁହିଁ ଧନ୍ୟ।
ପାହାଡ ପର୍ବତ ଝରଣା ନାଳ
ସୁନ୍ଦର ଦିଶେ ଚିତ୍ରପଳ
ସବୁଜ ସବୁଜିମା ରେ ପରିପୂର୍ଣ
ରଙ୍ଗ ତରଙ୍ଗ ଲହଡି ମାଳ।
ବୃକ୍ଷ ତରୁ ତୃଣ ଲତା
ପୁଷ୍ପ ଫଳ ଭରା
ସୁଗନ୍ଧ ରେ ଖେଳି ଯାଏ
ଆମରି ଏହି ଧରା।
ଜନମ ଭୁଇଁ ଭାରତ ମୋର
ଘାସ ର ଶେଜେ ନରମ
କନକ ଆଭାମଇ ଦୋହଲି
ଛୁଁଏ ସେହି ମରମ।
ପଶ୍ଚିମେ ଆରବ ସାଗର
ବଙ୍ଗୋପ ସାଗର ପୂର୍ବେ
ପୁର୍ବ ଆକାଶେ ଭାନୂଦୟ
ଦିଶେ ଆଲୋକ ସୈାରଭେ।
କାଶ୍ମୀର ରୁ କନ୍ୟାକୁମାରୀ
ସୁନ୍ଦର ଦିଶେ ତା ବନାନୀ
କାରୁକାର୍ଯ୍ୟ ରେ ଚିତ୍ର କଳା
ପୁରିରହିଛି ମନ୍ଦିର ମାଳିନୀ।
ବିଶ୍ଵ ର ବଡ ଠାକୁର
ଜନମ ଭୂମି ତାହାର
ଭାରତ ବର୍ଷର ଓଡ଼ିଶା ମାଟିର
ପ୍ରଭୁତ୍ବ ରହିଛି ଶ୍ରୀକ୍ଷେତ୍ରର।
କଳା ଭାସ୍କର୍ଯ୍ୟ କୋଣାର୍କ ମନ୍ଦିର
ସୁନାମ ବିଶ୍ଵରେ ରହିଛି
ମୋ ଜନମ ଭୂମିରେ ଅନେକ
କାରୁକାର୍ଯ୍ୟ ପୁରି ରହିଛି।
ସଂଗ୍ରାମ କେଶରୀ ନାୟକ
ସଂଖୁଆ ଗଡରୁପାସ ଗୋପ ପୁରୀ
ଫୋନ ୭୬୦୮୮୦୫୦୩୪
No comments:
Post a Comment