* କାର୍ଗିଲ ବିଜୟ ଦିବସ *
==============
ମନେ ପଡେ ଯେବେ ଅତୀତର କଥା
ଦେହ ଶିହରାଇ ଦିଏ,
ସନ୍ତାନର ଯଦି ରକ୍ତପାତ ହୁଏ
ମାଆ କଣ କେବେ ସହେ ll
ଭାରତ ମାତାର ବଇରି ସାଜିଲେ
ପଡ଼ୋଶୀ ମୂଲକ ସେନା,
ଚଟାଣ ପ୍ରାୟ ବୀରଦର୍ପେ କଲେ
ଆମ ଯବାନ ସାମନା ll
ପ୍ରତି ରକ୍ତ ବିନ୍ଦୁ ବିନ୍ଦୁରେ ଭରିଛି
ଦେଶ ମାତୃକାର ପ୍ରାଣ,
ତାହାରି ସୁରକ୍ଷା ପାଇଁ ଯେବେ ମୋର
ଯାଉ ଏ ଛାର ଜୀବନ ll
ଚଳିବନି ଆଉ ଚାଲବାଜି ତୁମ
ମନେରଖ ସଇତାନ,
କାର୍ଗିଲ ଦ୍ରାସ୍ ବାଟାଲିକ୍ ଅଟେ
ଆମରି ମାନ ସମ୍ମାନ ll
ବିଶ୍ୱର ବୃହତ ସେନା ସମ୍ମୁଖରେ
ଲଭି ତୁମେ ପରାଜୟ,
ଆତଙ୍କି ଆତଙ୍କ ମୁହଁ ଭାଙ୍ଗି ଦେଲେ
ଆମ ସେନା ଭାରତୀୟ ll
ହିମ ନଭ ଜଳ ଆକାଶ ପଥରୁ
ଦେଖାଇଲେ ପରାକାଷ୍ଠା,
ଦେଶ ବାସୀଙ୍କର ଆମରି ଉପରେ
ଶତ ପ୍ରତିଶତ ଆସ୍ଥା ll
ବକ୍ଷ ବିଦାରି ଭିଡି ନେବୁ ତୁମ
ଲହୁ ଲୁହ ମାଂସ ରକ୍ତ,
ଅଇରି ସାଜିଲ ବଇରୀ ତୁମେ
ନାହିଁ କି ଭୟ ଲେଶ ll
ସୀମାରେଖା ରେ ଅତନ୍ଦ୍ର ପ୍ରହରୀ
ଜଗିଅଛୁ ନିର୍ନିମେଷ,
ଶତୃ ଶିବିରରେ ଭାରୀ ପଡିଯିବୁ
କରିବୁ କ୍ଷଣିକେ ଧ୍ବଂସ ll
ଛବିଶ ଜୁଲାଇ ଭୁଲିଯାଅ ନାହିଁ
କାର୍ଗିଲ ବିଜୟ ଦିବସ,
ତ୍ରିରଙ୍ଗା ଉଡାଇ ସେନା ସାଥେ ଗର୍ବେ
ଦେଶବାସୀ ହେଲେ ହରଷ ll
======@======
ଅଶୋକ କୁମାର ପ୍ରଧାନ
ତର୍କାବେଡା, କଡଲା
ଜିଲ୍ଲା - ଢେଙ୍କାନାଳ
ମୋ - 9556666355
Email - ashok80pradhan@gmail.com






No comments:
Post a Comment