ସାହିତ୍ୟ ଜୀବନ କୁ ସ୍ୱାଗତ । ଏହା ସାହିତ୍ୟ ର ଉନ୍ନତି ପାଇଁ ଏକ ଛୋଟ ପ୍ରୟାସ । ଗଳ୍ପ ଓ କବିତା ରଚନାକୁ ବଜାୟ ରଖିବାକୁ ଶତଚେଷ୍ଟିତ "ସାହିତ୍ୟ ଜୀବନ" । ଆପଣଙ୍କର କେତେଜଣ ଅଛନ୍ତି ଯେଉଁମାନଙ୍କ ପାଇଁ ଏହା ଏକ ଛୋଟ ଗ୍ରାମ । ଏହାର ଜୀବନ ତୁମ୍ଭର ନିଜ ସଖା ।

କାର୍ଗିଲ୍ ବିଜୟ ଦିବସ - ପ୍ରଜ୍ଞା ପରମିତା ମହାପାତ୍ର , ଖୋର୍ଦ୍ଧା


** କାର୍ଗିଲ ବିଜୟ ଦିବସ **

ଏ ଶରୀର,ମନ ଆଉ ହୃଦୟ
    କାଲି କହୁଥିଲା,ଆଜି ବି କହୁଛି     
                     ଆଉ କାଲି ବି କହିବ
ବହୁଥିବାଯାଏ ଧମନୀର
                   ଶେଷ ରକ୍ତବିନ୍ଦୁ
ଏ ଦେଶର ବୀର ଯବାନଙ୍କ ର
           ଅମର ଗାଥା ସେ ଗାଇବ ।୧
ମୋ ତ୍ରିରଙ୍ଗା ର ମାନ ସବୁବେଳେ
         ସବୁରି ଉର୍ଦ୍ଧ୍ବ ରେ ଥିଲା,ଅଛି
                           ଆଉ ରହିବ
ଆଉ ମୋ ଦେଶର ବିରତ୍ୱ ର 
          ପରାକାଷ୍ଠା କୁ କେହି କଣ
                    କେବେ ଭୁଲିବ?୨
ନୁହେଁ ଦିନେ କି ଦୁଇଦିନ,ଷାଠିଏ ଦିନରୁ ଉର୍ଦ୍ଧ୍ବ ସେ ଲଢ଼େଇର ର ଅନ୍ତିମ                           
      ପୂର୍ଣ୍ଣତା କୁ କିଏ କଣ 
                        ପାସୋରି ପାରିବ। 
ତ୍ରିରଙ୍ଗା ରେ ଗୁଡେଇ ସୁସଜ୍ଜିତ ହୋଇ
ଫେରିଥିବା ସେଇ ବୀର ସହିଦଙ୍କର ସମ୍ମାନ ଆଉ ତାଙ୍କର ଦେଶପାଇଁ ଢାଳିଦେଇଥିବା ପ୍ରତିଟି ରକ୍ତବିନ୍ଦୁକୁ
କେହିକଣ କେବେ ଲିଭେଇପାରିବ।୩
ସବୁକିଛି ପ୍ରତିଟି ମୁହୂର୍ତ୍ତରେ ଉଜ୍ଜୀବିତ
                       ଏ ରକ୍ତ ମାଂସ ରେ 
ଆଉ ସର୍ବଦା ମଥାନତ ସେଇ ବୀର ମାନଙ୍କର ଅମର କୃତିତ୍ୱ ପାଖରେ।୪
ଅହୋରାତ୍ର କେତେବେଳେ ବନ୍ଧୁର
          କଣ୍ଟକିତ ଘଞ୍ଚ ଜଙ୍ଗଲରେ ତ           କେତେବେଳେ ବରଫର 
                  ପର୍ବତ ଶିଖରେ
କେତେବେଳେ ସୂର୍ଯ୍ୟଙ୍କର      
  ପ୍ରଖର ଉତ୍ତାପରେ ଜର୍ଜରିତ ଶରୀର
ତ କେତେବେଳେ ଅବଶ ମନ    
             ସେ ଭୋକିଲା ପେଟରେ।୫
ହେଲେ କେହିବି ବାଧକ ସାଜିନାହାନ୍ତି
           କେବେ ଦେଶଭକ୍ତିର ସେ 
                       ପ୍ରତିଜ୍ଞା ଆଗରେ
ମୁହଁ ରେ "ଭାରତ ମାତା କି ଜୟ"ର
       ସେ ଅମର ବିଜୟ ଧ୍ୱନି ଆଉ
ଶତ୍ରୁର ବନ୍ଧୁକ ମୁନ ନିଜ ଛାତିରେ।୬
କେହି କଣ ବିସ୍ମରି ପାରିବ ସେ କ୍ଷଣ
           ଦେଖି ନଥିଲେବି ଆଖିରେ
ସବୁ ହରେଇବାର ଦୁଃଖ ବି 
         ନିମିଷକେ ମିଳେଇଯାଇଥିଲା
 ବିଜୟ ର ସେ ଉଲ୍ଲାସ ଧ୍ୱନୀରେ।୭
ମନେପଡେ ସେଇ ଛବିଶ ଜୁଲାଇ 
  ଉଣେଇଶ ଶହ ଅନେଶ୍ୱତ ମସିହା
ସେ ଅନ୍ତିମ ବିଜୟର ଘଡି ସେଇ
              କାର୍ଗିଲ ଘାଟିରେ
ଶତ ସିଂହର ସେ  ଘର୍ଘର ରଡି   
     କେମିତି ଭାଙ୍ଗିଦେଇଥିଲା ଶତ୍ରୁ
 ସେନାର ଅପଚେଷ୍ଟାର ବିରାଟ ପ୍ରାଚୀର କୁ ନିଜ କମାଣ ମୁନରେ।୮
ଦଳି ମକଚିି ଧରେଇଦେଇଥିଲା
    ତାଙ୍କରି ଅପାରଗତା କୁ ପୁଣି
               ସେଇମାନଙ୍କ ହାତରେ
ଆଉ ଚିତ୍କାର କରି କହୁଥିଲା
ମୁଁପରା ଦଣ୍ଡାୟମାନ  କବଚ ସାଜି
   ଏ ଦେଶର ସୁରକ୍ଷା ବଳୟରେ।୧୦
ଅଭିମନ୍ୟୁ ପରି ଫସିଯାଇଛୁ ତୁ
             ଆମରି ଚକ୍ରବ୍ୟୁହ ରେ
ତୁ ଆଜି ମହାଭାରତର ସେ ସପ୍ତରଥୀ
    ନୁହେଁ ଛିଡା ହେଇଛୁ ଏ ଭାରତ ମା'ର ଥନ ରୁ କ୍ଷୀର ପିଇଥିବା
           ମହାରଥୀଙ୍କ ସାମ୍ନାରେ
ତୋର କଳ,ବଳ ଆଉ କୌଶଳ ଆଜି   
 ହାର ମାନିବ ଆମର ଏ ମାତୃଭକ୍ତିର
          ଛୋଟିଆ ଅସ୍ତ୍ର ଆଗରେ।୧୧
ଆଜିବି ସେ ବିଜୟ ଉଜ୍ଜୀବିତ ପ୍ରତିଟି
 ଦେଶପ୍ରେମୀଙ୍କ ମନ ଆଉ ହୃଦୟରେ
ଦୀର୍ଘ ଏକୋଇଶ ବର୍ଷ ଆଉ
        ଆଉ ଏଇ ଦିନ ଭରିଦିଏ ଏକ
            ନୂତନ ଉର୍ଜା ପୁଣିଥରେ।୧୨
ବିଜୟର ସେ ନଭଶଛୁମ୍ବି  ତ୍ରିରଙ୍ଗା
ପୁଣିଥରେ ଭରିଦିଏ ଅମୃତ ର ପରଶ
         ଏ ମାଟି,ପାଣି ଆଉ ପବନରେ
ପୁଣିଥରେ ନତମସ୍ତକ ଏ ଦେଶର 
 ପ୍ରତ୍ୟେକଟି ବାଳ,ବୃଦ୍ଧ ଆଉ ଶୈଶବ
  ସେଇ ଦେଶଭକ୍ତ ଙ୍କ ନିକଟରେ।୧୩
ପୁଣିଥରେ ଭରିଉଠେ ଶତ ସିଂହର 
    ବଳ ଆଉ ଏକ ମୁକାବିଲା ପାଇଁ
    ସେଇ ବୀର ସେନାନୀଙ୍କ ଛାତିରେ
ଆଉ ପୁଣିଥରେ ଖୁସିରେ ବିମୁଗ୍ଧ
    ହୋଇ ଉଠନ୍ତି ସେହି ବୀରଶହୀଦ      
ମାନେ ଥାଇ ସେଇ ସ୍ବର୍ଗରେ।୧୪
ମନରେ ଦେଶଭକ୍ତି ର ସେ ଅଥଳ
    ସାଗରର କୂଳ ଲଘିଂ ଉଠେ
             ଶହୀଦ ଦାୟାଦ ଆଉ
     ତାଙ୍କ ବିରାଙ୍ଗନା ପତ୍ନୀଙ୍କ ମନରେ
ପୁଣିଥରେ ତ୍ରିରଙ୍ଗା ଛୁଇଁ ଶପଥ କରେ  
   ଏ ଦେଶ ପାଇଁ ଜୀବନ ଦେବାର।୧୫
ଏଇ ତ ମହାନତା ମୋ ଦେଶର,
ମୋ ମାଟିର,ମୋ ତ୍ରିରଙ୍ଗା ର ଆଉ ମୋ ଦେଶର ପ୍ରତିଟି ବୀର ସନ୍ତାନ ର
ଶକ୍ତି ଯୋଗାଏ ଏ ବିଜୟ ଦିବସ
         ପଛକୁ ଫେରି ଚାହିଁବାକୁ ନୁହେଁ
           ଆଗକୁ ବଢି ଚାଲିବାର।୧୬
ସେଇ ପାଞ୍ଚଶହ ସତେଇଶ ଅମର  ବଳିଦାନ ଆଖିରେ ଲୁହ ଭରି ଦେଲା ବେଳେ,ଓଠରେ ଏକ ଅଜଣା ଖୁସିବି
  ଖେଳିଯାଏ ଶୁଣି ଭେରୀ,ତୁରୀ ଆଉ     
 କମାଣ ର ବିଜୟ ରଣ ହୁଙ୍କାରର
ଅଜାଣତେ ହୃଦୟ ର ନିଭୃତ କୋଠରି ଭିିତରୁ ଶୁଭେ 'ଜୟ ଯବାନ'
 ଆଉ 'ଭାରତ ମାତା କି ଜୟ'
        ପ୍ରତିଧ୍ବନିତ ଶବ୍ଦ ଗୁଚ୍ଛର।୧୭
ଆଉ ଶେଷରେ କହିଉଠେ କାଶ୍ମୀର
       ମୋ ଦେଶ ମସ୍ତକ ପରା କେହି 
               ପାରିବେନି ଛଡେଇ
ଏଇ ପରା ସେଇ ବିଶ୍ୱାସ ଯାହା
        ଭାଙ୍ଗି ଦେଇଥିଲା ଶତ୍ରୁ
               ସେନାର ବଡେଇ।୧୮
ଜିଏଂନି ଯେ ନିଜେ ନିଜପାଇଁ କେବେ
      ନିଜ ବନ୍ଧୁ ପରିଜନ ପାଇଁ ନୁହେଁ
ଦେଶର ସୁରକ୍ଷା, ମାଟିର କର୍ତ୍ତବ୍ୟ
  ଆଉ ଆମପାଇଁ ପ୍ରାଣ ବଳିଦିଏ।୧୯
ଧନ୍ୟ ସେଇ ପିତା,ଧନ୍ୟ ତାଙ୍କ ମାତା
          ତାଙ୍କ ପତ୍ନୀ ଆଉ ପିଲା ଧନ୍ୟ
ଧନ୍ୟ ତାଙ୍କ ଗାଁ,ସାହି ଓ ପଡିଶା
           ରଖିଗଲେ ଏଇ ଦେଶ ମାନ
ଦେଶପାଇଁ ସିଏ ଜୀବନ ତ ଦେଇ
          କୋଟି ହୃଦୟ କୁ ଜିତିନେଲେ
ବିଜୟ ପତାକା ଉଡାଇ ଦେଶରେ
           କାଳ କାଳ ଯଶ ରଖିଗଲେ
      କାଳ କାଳ ଯଶ ରଖିଗଲେ।୨୦

       ଭାରତ ମାତା କି ଜୟ
             ଜୟ ଯବାନ

ପ୍ରଜ୍ଞା ପରମିତା ମହାପାତ୍ର
ଠିକଣା-ଭୁବନେଶ୍ୱର, ଖୋର୍ଦ୍ଧା


No comments: