------------------------
ଜନମ ହୋଇଛି ଯେଉଁ ମାଟିରେ ମୁଁ
ସେହି ଅଟେ ମୋ ଜନ୍ମଭୂମି
ଧରାର ଏହା ଯେ ସର୍ବୋତ୍ତମ ସ୍ଥାନ
ଏହାକୁ କେବେ ମୁଁ ଭୁଲିବି ନାହିଁ ।।
ଭୂମିରେ ଅଛି ଆମରି ଘର
ଚାଷ କାମ ହୁଏ ଏହି ମାଟିର
କେତେ ଦୁଃଖକଷ୍ଟ ସହିଛି ଭୂମି
ପ୍ରତ୍ୟକ୍ଷଦର୍ଶୀ ସଭିଁଏ ତାର ।।
କଳା ଓ ସଂସ୍କୃତି ଏଇଠି ସବୁ
ପରମ୍ପରା ଏହିଠାରେ ଆମର
ସକାଳେ ଉଠି ମୁଁ ପାଦଟିଏ ଦିଏ
ଅଛି ବୋଲି ଜନ୍ମଭୂମି ଆମର ।।
ଇଂରେଜ ଶାସନ କାଳରେ
ମା ମାଟି ଥିଲା ପରାଧୀନ
ବୀର ପୁରୁଷଙ୍କ ପ୍ରଚେଷ୍ଟା ଫଳରେ
ଏହା ହୋଇଥିଲା ସ୍ବାଧୀନ ।।
ଦର୍ଶନୀୟ ସବୁ ଏହି ମାଟିରେ ଯେ
ରହିଛି ବହୁ ପର୍ଯ୍ୟଟନ ସ୍ଥାନ
ପର୍ବତ ଝରଣା ହ୍ରଦ ଓ ସାଗର
କରିଥାଏ ଏଠି ଶୋଭାବର୍ଦ୍ଧନ ।।
ମନ୍ଦିର ଅବା ମସଜିଦ ଅଛି
ଆଉ ବି ଅଛି ଅନେକ ଧର୍ମ
ଜନ୍ମଭୂମିକୁ ଆଗେଇବା ପାଇଁ
ସଭିଏଁ ମିଶିକି କରିବା କର୍ମ ।।
ପ୍ରଦୂଷଣ ଏଠି ବଢି ଚାଲିଅଛି
କେବଳ ଆମରି କର୍ମ ପାଇଁ
ଏହାକୁ ଆମେ ରୋକି ପାରିବା
ସଚେତନ ଟିକେ ହୋଇଲେ ଭାଇ ।।
ସୁବଳ ବେହେରା
ରୁପସା,ବାଲେଶ୍ବର
9692289440






No comments:
Post a Comment