:: ଜନ୍ମ ଭୂମି ::
ଜନମ ହୋଇଛି ଯେଉଁ ଠାରେ ମୁଁହି
ସେହି ମୋର ଜନ୍ମ ଭୂମି
ବାଲ୍ୟାବସ୍ଥା ରେ ଗୋଡ଼ ଖସି ଯାଇ
ଗାଲରେ ଦେଇଛି ଚୁମି।
ଛୋଟରୁ ପୁଣି ବଡ଼ ହେଲି
ଶିଖିଲି ମୁହିଁ ଭାଷା
କେତେ ମିଠା କେତେ ପିତା
ଖାଇଲି ମଧ୍ୟ କଷା।
କଅଁଳ ଘାସ ବିଛଣାରେ ତାର
ଆରାମ ମିଲେ କେତେ
ମାଁ ପରି ମୋର ଅଲି ଅର୍ଦଳିକୁ
କେତେ ନ ସହିଛି ସତେ।
ଭୁଲିବିନି କେବେ ଜିବନେ ତାକୁ
ଥିବା ଯାଏଁ ପ୍ରାଣ ବାୟୁ
ଜନ୍ମଭୂମି ମୋର ମାତୃ ସମ
ସାଧିବିନି ତାକୁ ଦାଉ ।
କେତେ ବିରଜ୍ଞାନି ଜନମିଲେ ଏଠି
କରିଥିଲେ କେତେ ପୁଣ୍ୟ
ଜନମିଲି ମୁହିଁ ତୋ କୋଳେ ମାଁ
ଜୀବନ ହେଲା ମୋ ଧନ୍ୟ।
ଛାତିରେ ତାର ପାଦ ଦେଇ
ଶିଖି ଲି ମୁହିଁ ଚାଲି
ଖେଳି ଖେଳି ଆନନ୍ଦରେ ସତେ
ଉଡାଇଲି କେତେ ବାଲି।
ନିଃସହାୟ ଶୁଷ୍କ ତୃଣ ପରି
ହୁଏ ମନ ମୋର
ଜନ୍ମ ଭୂମିଠାରୁ ଦୂରରେ ରହିଛି
ପଡୁଅଛି ଆଜି ସୋର,।
ଭାଗ୍ୟବନ୍ତ ମହାଲିଙ୍ଗ
କପିଲ ବାହାଲ,,,ରେଙ୍ଗାଲି
ଲୋଇସିଂହା,,,ବଲାଙ୍ଗୀର
ମୋ,,,8917248391
No comments:
Post a Comment