ସମ୍ପର୍କ
**************
ତୁମ ବିସ୍ରସ୍ତ ବୀଜରୁ ସମ୍ପର୍କ ଆରମ୍ଭ ।
ତୁମ ଅଧରପଣା ଅମୃତ ରୁ ଜୀବନ୍ୟାସ।
ତୁମ ଆକର୍ଷଣ ବିକର୍ଷଣ ରେ ସ୍ଥିତି ଓ ପ୍ରଳୟ।
ତୁମ ପ୍ରେମ ସବୁବେଳେ ଶାଶ୍ବତ ଓ ଚିରନ୍ତନ।
ତୁମେ ଓଁକାର,
ତୁମେ କମ୍ପନ,
ତୁମେ ଅଦୃଶ୍ୟ,
ତୁମେ ହୃଦୟ।
ମୁଁ ତୁମକୁ ଅନୁଭବେ,
ଆକାଶର ନୀଳ ନୀଳିମା ରେ,
ସୂର୍ଯ୍ୟ ଙ୍କ ରକ୍ତିମ ଆଭାରେ,
ଚନ୍ଦ୍ର ର ସ୍ନିଗ୍ଧ ଜୋଛନାରେ,
ସାଗରର ତରଙ୍ଗ ଛନ୍ଦରେ।
ମୁଁ ତୁମକୁ ପାଇଛି,
ବୋଉର ନିବିଡ଼ ପ୍ରେମରେ,
ବରଷାର ଅମୃତ ଧାରା ରେ,
ବିହଙ୍ଗର କୁହୁତାନ ରେ,
ପୁଷ୍ପ ର ମୃଦୁ ସୁବାସରେ।
ତୁମର ମୋର ସମ୍ପର୍କ,
ବାୟୁ ର ଜୀବନ ଦାନରେ,
ଜଳର ତୃଷ୍ଣା ନିବାରଣରେ,
ଅଗ୍ନିର ଦାହିକା ଶକ୍ତି ରେ,
ଧରଣୀର ସବୁଜିମାରେ।
ତୁମର ମୋର ସମ୍ପର୍କ ଲମ୍ବିଛି
ମା ଜଠର ରୁ ଯୁଦ୍ଧ ଭୂମି,
ଷଠି ଘରୁ ଶ୍ମଶାନ ଯୁଇ।
ସାରଦା ପ୍ରସାଦ ଆଚାର୍ଯ୍ୟ
ଯୋଡା -କେନ୍ଦୁଝର
ଖୋର୍ଦ୍ଧା
୫/୭/୨୦୨୦
୯୪୩୭୬୧୧୮୯୧
No comments:
Post a Comment