ସାହିତ୍ୟ ଜୀବନ କୁ ସ୍ୱାଗତ । ଏହା ସାହିତ୍ୟ ର ଉନ୍ନତି ପାଇଁ ଏକ ଛୋଟ ପ୍ରୟାସ । ଗଳ୍ପ ଓ କବିତା ରଚନାକୁ ବଜାୟ ରଖିବାକୁ ଶତଚେଷ୍ଟିତ "ସାହିତ୍ୟ ଜୀବନ" । ଆପଣଙ୍କର କେତେଜଣ ଅଛନ୍ତି ଯେଉଁମାନଙ୍କ ପାଇଁ ଏହା ଏକ ଛୋଟ ଗ୍ରାମ । ଏହାର ଜୀବନ ତୁମ୍ଭର ନିଜ ସଖା ।

ସମ୍ପର୍କ - ଶୁଭ ଲକ୍ଷ୍ମୀ ବେହେରା , କଟକ

      *** ସମ୍ପର୍କ ****

ସମ୍ପର୍କ ଏକ ସୂତା ଖିଅ ର ସମାହାର,
କେବେ ବିରହ ର ବହ୍ନି, କେବେ ପ୍ରଜ୍ବଳନ ପ୍ରେମ ରୂପି ଦୀପ ଶିଖାର।
ସମ୍ପର୍କ ଅନେକ ପ୍ରକାର,କେବେ କିଏ ଚିର ଆପଣାର,
ପୁଣି କେବେ ସମ୍ପର୍କ ରେ ଫାଟ ସୃଷ୍ଟି ହୋଇ, କିଏ ହୋଇଯାଏ ସବୁଦିନ ପାଇଁ ପର।
କେବେ ସମ୍ପର୍କ ଦେଇଥାଏ ଅପୂର୍ବ ଆନନ୍ଦ,
କେବେ ପୁଣି ତାହା ଦୁଃଖିତ, ଲୁଣ୍ଠିତ ଓ ଅବସାଦ ହୃଦୟ ରେ ସୃଷ୍ଟ ନିରାନନ୍ଦ।
କେଜାଣି କେତେବେଳେ ହୋଇଯାଏ କୋଉ ଅପରିଚିତ ବ୍ୟକ୍ତି ନିଜର,
ସମ୍ପର୍କ ର ମୂଲ୍ୟ ବୁଝି, ସଦସ୍ୟ ହୋଇଯାଏ ହୃଦୟ ମନ୍ଦିର ର।
କିନ୍ତୁ କେବେ ନିଜର ବ୍ୟକ୍ତି, ସ୍ବାର୍ଥ କୁ ଆଶ୍ରା କରି ନିଅନ୍ତି,
ସମ୍ପର୍କ ଦୁର୍ବଳ କରିବାରେ ରେ ଅଗ୍ରଣୀ ନେତୃତ୍ୱ ଗ୍ରହଣ କରିଥାନ୍ତି।
ନିଜେ ନିଜର ଦୁଃଖ ବୁଝିବା ଟା ଖାଲି ସାର,
ନହେଲେ ସମ୍ପର୍କ ର ମୂଲ୍ୟ ନିର୍ଦ୍ଧାରଣ ରେ ସମସ୍ତେ ଏଠି ସ୍ୱାର୍ଥପର।
ଦୁନିଆରେ ଏମିତି ବି ସମ୍ପର୍କ ରହିଛି,
ଯେଉଁଥିରେ, ଠକାମୀ, ପ୍ରତାରଣା ର ଚିହ୍ନ କାହିଁ ଅନାଦି କାଳ ରୁ ଲିଭି ଯାଇଛି।
ସେ ସମ୍ପର୍କ ହେଉଛି ଭଗବାନ ଓ ଭକ୍ତ ର ମିଳନ,
ସେଥିରେ, ନାହିଁ ସ୍ବାର୍ଥ, ନାହିଁ ଈର୍ଷା, ନାହିଁ କ୍ରୋଧ ର ଆସନ।
ଭକ୍ତ ପାଗଳ ପ୍ରାୟ ପାଇବାକୁ ସେହି ବିଶ୍ଵରୂପଦର୍ଶନ,
ହେଲେ ଜଗତ କରତା ଆବଶ୍ୟକ ସ୍ଥଳେ ଦିଅନ୍ତି ତାକୁ ଉପଯୁକ୍ତ ସମାଧାନ।
କେବେ କୋଳେଇ ନିଅନ୍ତି, କେବେ ଦୁଃଖ ଦିଅନ୍ତି,
ହେଲେ ଭକ୍ତ ଉପରେ ସଙ୍କଟ ଆସିଲେ, କେବେ ପଛଘୁଞ୍ଚା ନ ଦିଅନ୍ତି।
ଏ ପୂର୍ଣ୍ଣ ବ୍ରହ୍ମାଣ୍ଡ ରେ ସେହି ଏକ ସମ୍ପର୍କ ରକ୍ଷା ରେ ସିଦ୍ଧ,
ତାଙ୍କ ସହ ସମ୍ପର୍କ ସ୍ଥାପନା କରିଲେ, ନ ଆସେ କେବେ ହେଁ ବିପଦ।


ଶୁଭ ଲକ୍ଷ୍ମୀ ବେହେରା
ସାଲେପୁର, କଟକ

No comments: