ସାହିତ୍ୟ ଜୀବନ କୁ ସ୍ୱାଗତ । ଏହା ସାହିତ୍ୟ ର ଉନ୍ନତି ପାଇଁ ଏକ ଛୋଟ ପ୍ରୟାସ । ଗଳ୍ପ ଓ କବିତା ରଚନାକୁ ବଜାୟ ରଖିବାକୁ ଶତଚେଷ୍ଟିତ "ସାହିତ୍ୟ ଜୀବନ" । ଆପଣଙ୍କର କେତେଜଣ ଅଛନ୍ତି ଯେଉଁମାନଙ୍କ ପାଇଁ ଏହା ଏକ ଛୋଟ ଗ୍ରାମ । ଏହାର ଜୀବନ ତୁମ୍ଭର ନିଜ ସଖା ।

ସମ୍ପର୍କ ର ସେତୁ - ‌ବିଶ୍ବଜିତା ବରାଳ , ପୁରୀ

~~ ସମ୍ପର୍କର ସେତୁ~~

ସମ୍ପର୍କ ନୁହେଁ  ସେତ  ବାଲିଘର ଖେଳ
     ‌ ଭାଙ୍ଗି ଦେଲେ ଭାଙ୍ଗି ଯିବ,
 ଭକ୍ତ  ଭଗବାନ   ଅତୁଟ  ସମ୍ପର୍କ
      ଯୁଗ ଯୁଗ  ପାଇଁ  ଥିବ ।।
ଗୋପୀ ଗୋପାଳୁଣୀ ହୋଇଲେ ବାୟାଣୀ
       ମୋହନ ମୁରଲି ତାନେ,
 ସମ୍ପର୍କ ନିବିଡ଼ କେତେଅବା ଦୃତ
       ଗାଉଥାନ୍ତି ସାଧୁ ଜନେ ।।
ଭଲ  ପାଇବାରେ  ପ୍ରେମ ବାଣ୍ଟିବାରେ
         ନାହିଁ କିଏ ସମତୁଲ,
ଭାବ ଡୋରୀ ଯେବେ ଲାଗି ଯାଏ ଥରେ
       ସମ୍ପର୍କ ଅମୂଲ ମୂଲ ।।
ବିଶ୍ବାବସୁ ଦିନେ ନୀଳମାଧବଙ୍କୁ
 ‌‌    ରଖିଲେ ସମ୍ପର୍କ କାନନେ,
ଭକତରେ ଗଣା ହୋଇ ଅଛିସିନା
     ଯଶ ଅଛି  ତ୍ରି-ଭୁବନେ ।।
ଭାଇ ଭଉଣୀଙ୍କ ରାକ୍ଷୀ ବନ୍ଧା ବେଳେ
      ରହିଅଛି ତାଙ୍କ ଗାଥା,
କୋଟି ବସ୍ତ୍ର ଛଳେ କୁରୁସଭା ତଳେ
     ଶ୍ରୀକୃଷ୍ଣ କଲେ ବ୍ୟବସ୍ଥା ।।
ସାନ୍ଦିପନି  ମୁନି ଗୁରୁ ଅରୁଣିମା
    ଗୁରୁ ଶିଷ୍ୟ ପରମ୍ପରା ,
ସମ୍ପର୍କର ସେତୁ ବାନ୍ଧି ଦେଇଥିଲେ
    ରାମ ଲଇକ୍ଷଣ  ପରା ।।
ଶ୍ରୀକୃଷ୍ଣ ସୁଦାମା ସମ୍ପର୍କ ରଜ୍ଜୁରେ
    ବାନ୍ଧି ଦେଇଥିଲେ ଭାବ,
କୈବର୍ତ୍ତ ପୁଣି ଧୋଇଥିଲା ପାଦ
     ବସାଇ ସମ୍ପର୍କ ନାବ ।।
ଚନ୍ଦ୍ର ସୂର୍ଯ୍ୟ ତାରା ଯେତେଛନ୍ତି ପରା
      ଚଳୁଛନ୍ତି ସମ୍ପର୍କରେ,
ଦୂରେ କମଳିନୀ ପଲ୍ଲକ ମୋହିନୀ
     ଝୁରେ ପୁଣି ସେ ଅର୍କରେ ।।
ସମ୍ପର୍କ ମାଠିଆ ଭାଙ୍ଗିଗଲେ ଥରେ
     ହୁଅଇ  ସିନା ‌ ଖପରା,
ସଂସାର ବନ୍ଧନ ସମ୍ପର୍କରେ ଚାଲେ
    ବୁଝି ନ ହୁଅ ଛୋପରା ।।

 ‌ବିଶ୍ବଜିତା ବରାଳ (ଆଚାର୍ଯ୍ଯା), 
କୋଣାର୍କ, ପୁରୀ

No comments: