..... ସମ୍ପର୍କ........
ସମ୍ପର୍କ ଟିଏ ଛିଣ୍ଡିଯିବା ଭୟ ରହିତ
ପତଳା ସୂତାର ଧାର
ଲିଭିଯିବା ଭୟ ରହିତ
ଲୁହ ଭିଜା କଜଳ ଗାର।
ଯାହା ଅତୁଟ ଜନ୍ମ ଜନ୍ମ ର
ସାବିତ୍ରୀ ଓ ସତ୍ୟବାନ ଙ୍କର
ସୂର୍ଯ୍ୟ ଏବଂ ପଦ୍ମ ପୁଷ୍ପ ର।
କେବେ ନଈ ପରି ବହି ଯାଏ
ତ କେବେ ବହ୍ନି ପରି ଜଳିଯାଏ
କେବେ କାଚ ଟୁକୁଡା ପରି ଭାଙ୍ଗିଯାଏ
ତ କେବେ ପ୍ରେମର ତାଜମହଲ ଗଢ଼ିଥାଏ ।
ସମ୍ପର୍କ ଟିଏ ଦୁଇ ଆଖିର ସମ୍ପର୍କ
ଗୋଟିଏ ବିନା ଅନ୍ୟଟି ନିସ୍ତବ୍ଧ
କିଛି କହେନି ସବୁ ଦେଖି ଦେଖି ଦିନ ସରେ
କେବେ ଦେଖିଛ ଗୋଟିଏ ଆଖିରୁ କି ଲୁହ ଝରେ ?
ସମ୍ପକ ଟିଏ ଭଅଁର ଓ ଫୁଲ ର
ଗୁଣୁ ଗୁଣୁ ଗୀତ ଗାଇ
ଫୁଲର ମଧୁ ଚୋରାଇ
ପରିଚିତ ହୁଏ ଶ୍ରେଷ୍ଠ ପ୍ରେମିକର।
କେବେ ରାଗ କେବେ ଅଭିମାନ
କେବେ ପ୍ରୀତିଭରା ମିଳନ
ପର କେବେ ହୋଇଯାଏ ଆପଣା
ଆପଣା ହୁଏ ପରରେ ଗଣନା ।
ଭାଗ୍ୟ ପୁଣି କେବେ ଅନିଶ୍ଚିତ
କେବେ ଯୁଦ୍ଧ ଫେରନ୍ତା
ପରାଜିତ ସୈନିକ ପରି ଖ୍ୟତାକ୍ତ
ଏଇ ତ ସମ୍ପର୍କ।
ସୁସ୍ମିତା ସାହୁ
ତାଳଶ୍ରିଗିଡା, ବରଗଡ଼
ଦୁରଭାଷ-୮୪୮୦୧୮୩୩୪୬
No comments:
Post a Comment