::: ସଂପର୍କ :::
ଜନ୍ମାନ୍ତର ବାଦ ହୋଇ ମହାଗଦ
ମଣିଷ ସଂପର୍କସେତୁ
ଈଶ୍ଵରୀୟ ଭାବ ପ୍ରୀତିମୟ ନାବ
ଜିବନ ଜିବି କା ହେତୁ ା ୧
ଭକ୍ତ ଭଗବାନ ସଂପର୍କ ଶିଖାଏ
ଜନ୍ମ ସାର୍ଥକତାବାଣୀ
ଭଜନଭାଜନ ଗୁଣଗ୍ରାହୀ ଜନ
ସଂପର୍କଈଶ୍ଵରେ ପୁଣି ।୨ା
ଗୁରୁ ମାତା ପିତା ସଂପର୍କ ସଳିତା
ଯୁଗ ଯୁଗ କୁ ମହାନ
ଜଜନ ଯାଜନସଂପର୍କ ଗୁଣରେ
ବିଶ୍ଵପ୍ରୀତି ମହାଧନ ।୩
ରାଧାକୃଷ୍ଣ ସର୍ବ ପତି ପତ୍ନୀ ଭାବ
ପ୍ରେମ ବିଧୁର କାହାଣୀ
ରାଗ ରାଗିଣୀ ର ନିଭୃତ ଝଙ୍କାରେ
ସଂଗୀତ ସଂପର୍କବୁଣୀ।୪ା
ଜାତୀୟତା ଭାବ ଦେଶ ପ୍ରେମ ସତ୍ଵ
ଈଶ୍ଵର ବିଶ୍ଵାସେ ମତି
କର୍ମମୟ ଜୀବ ସଂପର୍କଆଚ୍ଛନ୍ନ
ଜଗତରେ ଶ୍ରେଷ୍ଠ ଅତି ।୫।
ସ" ରୁ ସଦଭାବ ପ; ରୁ ପରଂପରା
କଏକ ମହନୀୟତା
ବିଭବ ରାଗିଣୀପ୍ରୀତି ମଂଜୁଳରେ
ହୋଇଥାଏ ପରିଚିତା।୬ା ପିତାମାତାଘର ସଂପର୍କସୂତାର
ହେଲାଣି ଅବହେଳିତ
ଜୀବନ ଯନ୍ତ୍ରଣା କୁଟା ଖିଅ ପରି
ଦିନୁ ଦିନୁ ପର୍ଯ୍ୟୁସିତ ।୭ା
ସଂପର୍କ ଛିଣ୍ଡିଲେ ଜୀବନ ବିଷାକ୍ତ
ସବୁଖାଲି ହା ହା କାର
ବିଜନ ବେଳା ର ବିଧୁର ଲଳନା
ହୁଏ ସଦା ଥରହର ।୮।
ସବୁ ସଂପର୍କ ର ମଧୁଲିମା ହସେ
ଜୀବନ ସଳିତା ଜଳେ
ମହା ଧର୍ମ ନୀତି ଶ୍ରେଷ୍ଠ ଜୀବ ପ୍ରୀତି
ଜଂଜାଳ ପ୍ରତିଶୟଳେ ।୯.
ହେ ପରମପିତା ହୁଅ ସିଦ୍ଧିଦାତା
ସଂପର୍କ ମଧୁର ଗାନେ
ଗୁଂଜରିତ ହେଉ ଜୀବନତରି ର
ତୁମ ମଧୁଲିମା ସୂନୋ ।୧୦ା
ଅଶୋକ କୁମାର ପତି
(ସାଂ ବାଦି କତାରେ ସ୍ନାତକୋତ୍ତର
ଖଂକିରା, ଗଂଦିଆ,
ଢେଙ୍କାନାଳ -୭୫୯o୧୬
No comments:
Post a Comment