::: ସମ୍ପର୍କ :::
ଜନମ ଦିନରୁ ଦେଖା ହୋଇ ନାହିଁ
ହଠାତ୍ ହୋଇଲି ଭେଟ
ଜୀବନ ରେ ମୋର ରଖି ଦେଇ ଗଲ
ଅବିସ୍ମରଣୀୟ ଛାଟ।।(ଚିହ୍ନ)
ଦୁହିଙ୍କ ମଧ୍ୟରେ ଗଢ଼ି ଉଠି ଥିଲା
ସମ୍ପର୍କ ର ଏକ ସେତୁ
କେତେ ଝଡ଼ ଖଞ୍ଜା ଆସିଲା ଜୀବନେ
ପଡି ଯାଏ ଏବେ ହେତୁ ।।
ରଖିଲେ ସାଉଁଟି ଗୋଟି ଗୋଟି କରି
ଆମର ଅଭୁଲା ସ୍ମୃତି
ସମ୍ପର୍କ ଆମର ଚିର ଅମଳିନ
ହେବ ନାହିଁ କେବେ ଇତି ll
ସମ୍ପର୍କ ଅଟଇ ଅମୂଲ୍ୟ ରତନ
ନୁହେଁ ଖେଳନା କଣ୍ଢେଇ
ହିଂସା , ଦ୍ୱେଷ,ରାଗ, ଅହଙ୍କାର ଠାରୁ
ରହିବ ସଦା ଦୂରେଇ।।
ସମ୍ପର୍କର ବିନା ଜୀବନ ବଞ୍ଚିବା
ହୋଇ ଥାଏ ଅସମ୍ଭବ
ସମ୍ପର୍କର ଡୋରି ବାନ୍ଧି ଦୁନିଆରେ
ପାରି ହୋଇ ଯିବା ଭବ ।।
ପଦେ କଟୁ କଥା ଦିଏ ମନେ ବ୍ୟଥା
ସମ୍ପର୍କ ଛିନ୍ନ କରଇ
ସମ ଭାବାପନ୍ନ ଜୀବନ ବଞ୍ଚିବା
ସମ୍ପର୍କକୁ ଯୋଡ଼ି ଥାଇ ll
ରାମଚନ୍ଦ୍ର ମହାନ୍ତି
ଗ୍ରାମ ବାଣତୁମ୍ବ
ପୋଷ୍ଟ ବେଲଗୁଣ୍ଠା
ଜିଲ୍ଲା ଗଞ୍ଜାମ
Pin୭୬୧୧୧୯
ଓଡ଼ିଶା
No comments:
Post a Comment