ସାହିତ୍ୟ ଜୀବନ କୁ ସ୍ୱାଗତ । ଏହା ସାହିତ୍ୟ ର ଉନ୍ନତି ପାଇଁ ଏକ ଛୋଟ ପ୍ରୟାସ । ଗଳ୍ପ ଓ କବିତା ରଚନାକୁ ବଜାୟ ରଖିବାକୁ ଶତଚେଷ୍ଟିତ "ସାହିତ୍ୟ ଜୀବନ" । ଆପଣଙ୍କର କେତେଜଣ ଅଛନ୍ତି ଯେଉଁମାନଙ୍କ ପାଇଁ ଏହା ଏକ ଛୋଟ ଗ୍ରାମ । ଏହାର ଜୀବନ ତୁମ୍ଭର ନିଜ ସଖା ।

ନାହିଁ ତୋ ହୃଦୟ - ନୀଳାମ୍ବର ମହାନନ୍ଦ , କଳାହାଣ୍ଡି


  :: ନାହିଁ  ତୋ ହୃଦୟ ::

ପାରିଲୁ ନି ବୁଝି କେବେ
ସଂପର୍କ ଆମରି
ପିଲା ବେଲୁ ଭଲ ପାଇଁ
ଭୁଲ୍ ମୁକି କଲି....

ମିଛ ଟାରେ କହୁ ସିନା
ଭଲପାଏ ବୋଲି
ହୃଦୟ ତନ୍ତୀଳ ସ୍ୱର
ପାରିଲୁ ନି ବୁଝି....

ଲୋକ ଦେଖା ପ୍ରେମ କଲୁ
ସାଜି ତୁ ପ୍ରେମିକା
ଅନ୍ତରରେ କାହାପାଇଁ
ରଖିଥିଲୁ ଜାଗା....

ଦେହର ମିଳନ ପ୍ରେମ
ଭାବିଲୁ ତୁ ପୁଣି
ଶେଷରେ ସେ ଛାଡ଼ିଗଲା
ତୋତେ ଧୋକା ଦେଇ....

ସଂପର୍କ ଚିହ୍ନିବା ପାଇଁ
ନାହିଁ ତୋ ହୃଦୟ
ନାରୀ ଟିଏ ହୋଇ ପୁଣି
ମୁଣ୍ଡରେ କଳଙ୍କ....

ନୀଳାମ୍ବର ମହାନନ୍ଦ
ଆମ୍ବଗୁଡା,ଗୋଲାମୁଣ୍ଡା,କଳାହାଣ୍ଡି

No comments: