ସାହିତ୍ୟ ଜୀବନ କୁ ସ୍ୱାଗତ । ଏହା ସାହିତ୍ୟ ର ଉନ୍ନତି ପାଇଁ ଏକ ଛୋଟ ପ୍ରୟାସ । ଗଳ୍ପ ଓ କବିତା ରଚନାକୁ ବଜାୟ ରଖିବାକୁ ଶତଚେଷ୍ଟିତ "ସାହିତ୍ୟ ଜୀବନ" । ଆପଣଙ୍କର କେତେଜଣ ଅଛନ୍ତି ଯେଉଁମାନଙ୍କ ପାଇଁ ଏହା ଏକ ଛୋଟ ଗ୍ରାମ । ଏହାର ଜୀବନ ତୁମ୍ଭର ନିଜ ସଖା ।

ବୃକ୍ଷ ମୋର ବନ୍ଧୁ - ସରସ୍ବତୀ ସାଲିମା , ସମ୍ବଲପୁର

       ::  ବୃକ୍ଷ ମୋର ବନ୍ଧୁ ::

ଟାଣ ଖରା ଅବା ଶୀତ କାକର
ଝଡଝଞା କୁ ପୁଣି  ନ କରି ଖାତର
 କାଳ କାଳକୁ ଦମ୍ଭ ଧରି ଛିଡା ରହୁ
କିଏ ହାଣେ ତତେ କିଏ କାଟେ
ହେଲେ କିଛି ନ କହି ସବୁ ସହୁ
କେମିତିକା ଏ ମୋ ବନ୍ଧୁ 
ଯିଏ ଜାଚିଣ ଦେଇଛି ଅପାର ପରିବେଶ ସିନ୍ଧୁ।

ଅମ୍ଳଜାନ ଦେଲୁ ଅଙ୍ଗାରକାମ୍ଳ ନେଲୁ
ଭରି ଦେଲୁ ନା ନା ଫୁଲ ଫଳ ବଣେ ତୁହିଁ
ଔଷଧୀୟ ପତ୍ର ସବୁ ରୋଗ ପାଇଁ
ବନ୍ଧୁ ଭାବି ଦେଲୁ ତୋ ଚେରମୂଳି ବତାଇ
କହ ଏମିତିକା ବନ୍ଧୁ ପାଇଁବି କାହିଁ।

କଳକାରଖାନା ଯୋଗୁଁ ଜ୍ୱର ହେଲା ତତେ
ପରିବେଶ କୁ କରି ପ୍ରଦୂଷଣ ଆମେ
ତୋ କଟା ଘାଁ ରେ ଚୂନ ବୋଲିଦେଲୁ
ବସିବ କାରଖାନା ବୋଲି ସଫା କଲୁ ଯେତେ ।
କେଡେ ନିଷ୍ଠୁର ସ୍ବାର୍ଥବାଦୀ ଆମେ ସତେ
ତୋ ଦୁଃଖ କୁ ଆମେ ବୁଝିପାରୁନୁ ମୋଟେ।

ହେଲେ ମଧ୍ୟ ତୁ ତୋ ବନ୍ଧୁପଣ ପାଲନ କରିଚାଲିଛୁ  
ଧନ୍ୟ ତୋ ନିଃସ୍ଵାର୍ଥପରତା ରଖିଛୁ
ତିଲେ ହେଲେ ଅଭିମାନ ନାହିଁ
ପ୍ରକୃତ ଉପକାରୀ ବନ୍ଧୁ ତୋପରି ହେବା 
ଯୁଗେ ଯୁଗେ ଅମର ରହିଥା ତୁହିଁ।

ଗଛଟିଏ ଲଗାନ୍ତୁ ପରିବେଶ ବଞ୍ଚାନ୍ତୁ।

ସରସ୍ବତୀ ସାଲିମା
ସମ୍ବଲପୁର

No comments: