ସାହିତ୍ୟ ଜୀବନ କୁ ସ୍ୱାଗତ । ଏହା ସାହିତ୍ୟ ର ଉନ୍ନତି ପାଇଁ ଏକ ଛୋଟ ପ୍ରୟାସ । ଗଳ୍ପ ଓ କବିତା ରଚନାକୁ ବଜାୟ ରଖିବାକୁ ଶତଚେଷ୍ଟିତ "ସାହିତ୍ୟ ଜୀବନ" । ଆପଣଙ୍କର କେତେଜଣ ଅଛନ୍ତି ଯେଉଁମାନଙ୍କ ପାଇଁ ଏହା ଏକ ଛୋଟ ଗ୍ରାମ । ଏହାର ଜୀବନ ତୁମ୍ଭର ନିଜ ସଖା ।

ବୃକ୍ଷ ମୋର ବନ୍ଧୁ - ନିରଞ୍ଜନ ସାହୁ , କୋରାପୁଟ

 :: ବୃକ୍ଷ ମୋର ବନ୍ଧୁ ::
ପ୍ରଭାତ ଭ୍ରମଣେ ଆଜି ଯିବା ବେଳେ          
   ବୃକ୍ଷ ବନ୍ଧୁ ସହ କଥା ହୋଇଲି
ତୁମେ ହିଁ ଜୀବନ ତୁମେ ହିଁ ପରାଣ
      ତୁମେ ମୋର ପ୍ରିୟ ବନ୍ଧୁ କହିଲି
        

ମୁହଁ କୁ ଫୁଲେଇ ଅଭିମାନ କରି
     ବନ୍ଧୁ ମନକଥା ତା'ର କହିଲା
ମଣିଷ ଜାତିଟା ବଡ଼ ଅବିବେକି
    ମୋତେ କାଟିବାରେ ଦିନ ବିତିଲା.....

ମୁଁ ଅମ୍ଳଜାନ ଦିଏ ଫଳମୂଳ ଦିଏ
    ତୁମରି ସେବାରେ ଦିନ କାଟୁଛି
କାରଣ ନଥାଇ ମୋତେ କାଟିଦିଅ
     ଦୁଃଖରେ ଦୁଃଖରେ ବଞ୍ଚି ରହିଛି.......

ମଣିଷଙ୍କ ପାଇଁ ସବୁକିଛି ଦିଏ
   ମଣିଷ ସେବାରେ ଦିନ କାଟୁଛି
ମୋ ଜନମ ଠାରୁ ମୃତ୍ୟୁ ପର୍ଯ୍ୟନ୍ତ
     ମଣିଷ ମାନଙ୍କୁ ସ୍ନେହ କରୁଛି....

ଧିକାର ତୁମକୁ ତୁମର କର୍ମ କୁ
      ମୋର ପ୍ରତି ଅତ୍ୟାଚାର କରୁଛ
ମୋ ଧର୍ମ ମୁଁ  ନିଜେ ରଖିଅଛୁ
       ତୁମେ କି ତୁମର ଧର୍ମ ରଖିଛ,,,......

ଅଲାଜୁକ ଭଳି ସବୁକଥା ଶୁଣି
     ବନ୍ଧୁ କୁ ଟିକିଏ କୋଳେଇ ନେଲି
ସ୍ନେହ ଶ୍ରଦ୍ଧା କରି ତାର ପାଖ ବସି
     ସ୍ନେହରେ ସ୍ନେହରେ ବୁଝେଇଦେଲି,,,

ମୋ ଭାଇମାଙ୍କୁ ନିଶ୍ଚୟ କହିବି
     ଗଛ କୁ ଜମାରୁ କାଟନି ବୋଲି,
ଗଛ ଥିଲେ ଆମେ ଖୁସିରେ ରହିବା
     ଗଛ ହିଁ ଆମର ଜୀବନ ବୋଲି,,.....

ମଣିଷ ଜାତିକୁ ଏତିକି ମୋ ଅଳି
        ଗଛର ମୂଲ୍ୟ କୁ ଟିକେ ବୁଝିବ
ଗଛ କୁ ଲଗେଇ ସ୍ନେହ ଶ୍ରଦ୍ଧା ଦେଇ
          ମାନବ ଜାତିକୁ ରକ୍ଷା କରିବ.....

ନିରଞ୍ଜନ ସାହୁ
ଜୟପୁର. କୋରାପୁଟ

No comments: