::ସମ୍ପର୍କ ::
କେବେ ହସ ହୋଇ ହସାଏ ମୋତେ ସେ
ମୁଁ କାନ୍ଦିଲେ କେତେ କାନ୍ଦେ
ମୋ ଦୁଃଖରେ ଦୁଃଖୀ,ମୋ ସୁଖ ରେ ସୁଖୀ
ସ୍ନେହର ସୂତାରେ ବାନ୍ଧେ ।
ଝଡି ବରଷାରେ ଗାଁ ମଝି ଦାଣ୍ଡରେ
କାଗଜର ଡଙ୍ଗା କରି
ଭସାଉଥିଲୁ ତ ମହାଆନନ୍ଦରେ
ମାରି ଆମେ କରତାଳି ।
ପିଲାଦିନ କଥା ଆଜି ମନେପଡେ
ମନେପଡେ ସବୁ ଖେଳ
ତା' ସାଥୀରେ ରାଗ,ରୁଷା,ଅଭିମାନ
ପିଟାପିଟି ମାଡଗୋଳ ।
ଆମ ଗାଁ ନଈରେ ଗାଧୋଇଲା ବେଳେ
ତା'ର ମୋର ମାଛଧରା
ଯାହା ଥିବ ପାଖେ ଭାଗବାଣ୍ଟି ଖାଉ
ସବୁ ଯେତେ ଅପାଶୋରା ।
ଫେରିଆସନ୍ତା କି ସେ ଚିହ୍ନା ଅତୀତ
ବର୍ତ୍ତମାନ ରୂପ ଧରି
ସାଙ୍ଗ ସାଙ୍ଗେ କାଟିଥିବା ମୁହୂର୍ତ୍ତକୁ
ଏବେବି ହୁଏ ମୁଁ ଝୁରି ।
ଡୁଲେଶ୍ବର ସାହୁ
କଳାହାଣ୍ଡି
ମୋ-୭୦୭୭୩୨୭୯୩୧
No comments:
Post a Comment