ସାହିତ୍ୟ ଜୀବନ କୁ ସ୍ୱାଗତ । ଏହା ସାହିତ୍ୟ ର ଉନ୍ନତି ପାଇଁ ଏକ ଛୋଟ ପ୍ରୟାସ । ଗଳ୍ପ ଓ କବିତା ରଚନାକୁ ବଜାୟ ରଖିବାକୁ ଶତଚେଷ୍ଟିତ "ସାହିତ୍ୟ ଜୀବନ" । ଆପଣଙ୍କର କେତେଜଣ ଅଛନ୍ତି ଯେଉଁମାନଙ୍କ ପାଇଁ ଏହା ଏକ ଛୋଟ ଗ୍ରାମ । ଏହାର ଜୀବନ ତୁମ୍ଭର ନିଜ ସଖା ।

ବୃକ୍ଷ ମୋର ବନ୍ଧୁ - ପରେଶ କୁମାର ପରୁଆ , ବରଗଡ଼

:: ବୃକ୍ଷ ମୋର ବନ୍ଧୁ ::
******************
ସୁଶ୍ୟାମଳ ଦିଶଇ ଧରା ପୃଥିବୀ
ବୃକ୍ଷ ରାଜି ଶୋଭା ବନ
ବରଷଇ ବାରି ବୃକ୍ଷ କୋଳରୁ
କରେ ସଂସାର ର ହିତ ସାଧନ....୧

ବୃକ୍ଷ ରାଜି ଠାରୁ ଅମ୍ଳଜାନ ମିଲେ
ଫୁଲ ଫଲ ଓ ପବନ
କାଠ ଲାଖ ଝୁଣା ମହୁଁ ମିଲେ
ଔଷଧ ରେ ବନ୍ଚଇ ଜୀବନ.....୨

ତୁ ମୋ ଜନ୍ମଭୂମି ର ବିଶ୍ୱାସ ର ବନ୍ଧୁ
ପ୍ରକୃତି ବନ୍ଧୁ ପ୍ରଣାମ ମୋର
ବୃକ୍ଷ ଟିଏ ରୋପଣ କରି
ଲଭିବି ଅପାର କରୁଣା ତୋର.....୩

ତୋର ବୃକ୍ଷ ର ମିଠାଫଲ
ଶବରୀ ଅଇଁଠା ଖାଇଥିଲେ ଭଗବାନ
ପଞ୍ଚ ବଟୀରେ କୁଟିର କରି ବୃକ୍ଷ ରେ
ଚଉଦ ବର୍ଷ ବନବାସ କରିଥିଲେ ଅବସ୍ଥାନ......୪

ଗିରି ଲତା ବନ ପାହାଡ଼ ପର୍ବତ
ପ୍ରାଚୁଯ୍ୟ ମାଧୁଯ୍ୟ ତନୁ ତୋର
ନିନାଦ ବିହୁନେ ସୃଷ୍ଟି ଅସାର
ସଂସାର ରେ ବୃକ୍ଷ ହିଁ ଅଟଇ ସାର...୫

ଉପକାରୀ ବନ୍ଧୁ ହୋଇ ବୃକ୍ଷ
ସଜା ପାଉ କେତେ ତୁହିଁ
ଅବିବେକି ମାନବ ର ବୁଦ୍ଧି ଥାଇ
ତୋର ଦୁଃଖ ବୁଝେ ନାହିଁ......୬

ଲାବନ୍ୟା ବତୀ ବୃକ୍ଷ ଶିରୋମଣି
ସୁନେଲି ସ୍ୱପ୍ନ ଛାୟା ରେ ତୋର
ପର୍ଯ୍ୟଟକଙ୍କୁ ଆକର୍ଷିତ କରୁ
ଉଦ୍ୟାନ ରେ କରି ଘର.......୭

ତୋର ସେବା ତୋର ମହତ ପଣ
ଅପାର କରୁଣା ବିନ୍ଦୁ
କିଏ ଭୁଲିବ ତୋର ଗୁଣର ମହିମା
ଯେପରି ବୃକ୍ଷର ଜଳରୁ ସୃଷ୍ଟି ସିନ୍ଧୁ...୮

ଖାଦ୍ୟ ବସ୍ତ୍ର ବାସଗୃହ ସୁରକ୍ଷା
ବାସ ଯୁକ୍ତ କେତେ ଫୁଲ
ଅଜାଡ଼ି ଦେଉ ଆମକୁ
ନାହିଁ ତୋର ଥଲ କୁଲ.....୯

ବୃକ୍ଷ ରାଜି ଗୋ ତୋ ପୟରେ
ମୋର ଶତ ନମସ୍କାର
ବୃକ୍ଷ ମୋର ବନ୍ଧୁ
ସଂସାର କୁ ଢାଲିଦେ ଅଜସ୍ର ବାରି ବିନ୍ଦୁ......୧୦
********""***"************
ପରେଶ କୁମାର ପରୁଆ (ଶିକ୍ଷକ)
ସୁଭଦ୍ରା ନିବାସ 🏠 ବିଶିପାଲି ଜମଲା ପଦମପୁର ଜିଲ୍ଲା-ବରଗଡ

No comments: