ସାହିତ୍ୟ ଜୀବନ କୁ ସ୍ୱାଗତ । ଏହା ସାହିତ୍ୟ ର ଉନ୍ନତି ପାଇଁ ଏକ ଛୋଟ ପ୍ରୟାସ । ଗଳ୍ପ ଓ କବିତା ରଚନାକୁ ବଜାୟ ରଖିବାକୁ ଶତଚେଷ୍ଟିତ "ସାହିତ୍ୟ ଜୀବନ" । ଆପଣଙ୍କର କେତେଜଣ ଅଛନ୍ତି ଯେଉଁମାନଙ୍କ ପାଇଁ ଏହା ଏକ ଛୋଟ ଗ୍ରାମ । ଏହାର ଜୀବନ ତୁମ୍ଭର ନିଜ ସଖା ।

ମୋ ଜନ୍ମଭୂମି - ଅଶୋକ କୁମାର ପତି , ଢେଙ୍କାନାଳ

_________ଜନ୍ମଭୂମୀ_________
ଜଗତେ ଜନମ        ଭୂଇଁ ମରତରେ
          ଶ୍ରେଷ୍ଠ ଉପଜୀବ୍ୟ ରସ
କଲ୍ୟାଣ କାରିଣୀ    ଦୁଃଖ ନିବାରଣୀ
          ପ୍ରୀତି ପୂର୍ଣ୍ଣ ଭାବ ବସ--୧
ତାହାରି କୋଳରେ  କେତେନଦନଦୀ
          ଗିରିଜନ ମାଳା ଭୂଇଁ
ସରାଗ ହୃଦୟେ  ଖେଳେ ସଦାରାୟେ
          ପ୍ରବାହତ ଧାରା ଧାଇଁ--୨
ଗ୍ରୀଷ୍ମର ତାଡନା       ବର୍ଷା ସବୁଜିମା
          ଶାରଦୀୟ ଶୋଭା ହୋଇ
ବସନ୍ତ ମାଦକ        ଭୁବନ ମୋହିନୀ
           ଆକର୍ଷିତ ଗୀତି ଗାଇ--୩
ସୁଷମା ବିଶେଷ   ଲାସ୍ୟମୟୀ ଶେଷ
          ଉତ୍କଳ ଜନମ ଭୂଇଁ
କଳାରେ ଧୂରିଣ      ରାଗିଣୀ ଚାରଣ
         ବିଶ୍ଵ ପ୍ରୀତି ଭାବ ବହି--୪
ବାରମାସେ ତେର      ପରବ ବଖାଣି
         ଜଗନ୍ନାଥ ଶ୍ରେଷ୍ଠ ହୁଏ
ସାରା ଜଗତରେ     ଭାତୃ ପ୍ରୀତି ଭାବ
        ଉତ୍କଳ ଶିଖାଇ ଥାଏ--୫
କୋଣାରକ ଗାଥା      ଅପରୂପ ଚିନ୍ତା
         ଚିଲିକା ଅଂଶୁପା ହ୍ରଦ
ସର୍ବ ଭାଷାଭାଷୀ   ହୋଇ ଆଦିବାସୀ
         ସାରା ରାଇଜର ହୃଦ--୬
ଉତ୍କଳର ଭାଷା       ପୁସ୍ତକ ଗାରୀମା
         ମାଆ ପଖାଳର ପ୍ରୀତି
କୃଷକ ହୋଇଛି         ଜଗତର ଜହ୍ନ
         ଜନ୍ମ ଭୂମୀର ଏ ଗୀତି--୭
କୂଳବୃଦ୍ଧ ଜ୍ଞାନେ    ଜାତିପ୍ରୀତି ଦାନେ
         ଶିଖାଇଲେ ମଣୀ  ମନ୍ତ୍ର
ସାରଳା ସାହିତ୍ୟ  ହେଲା କୃତ୍ୟକୃତ୍ୟ
        ଭୀମ ହେଲେ ଶିଦ୍ଧତନ୍ତ୍ର--୮
ଇତିହାସ ପୃଷ୍ଠେ     ଅନେକ ଗାରିମା
        ଜନ୍ମଭୂମୀ ପ୍ରୀତି ପାଇଁ
ଯୁଗ ଯୁଗ ପାଇଁ     ପ୍ରୀତି ପୁଷ୍ପାଞ୍ଜଳି
         ତାର ଚରଣକୁ ଛୁଇଁ--୯
ମାଆର ଚରଣ   ବନ୍ଦନୀୟ ସଦା
         ଭୁଲି ହେବନାହିଁ ପ୍ରୀତି
ଯୁଗ ପ୍ରହଲ୍ଲାଦେ  ଆନନ୍ଦର ଭେଦେ
         ବିଶ୍ଵପ୍ରୀତିଧାର ଗୀତି--୧୦
************†***********
              ଅଶୋକ କୁମାର ପତି
                   ଖଙ୍କିରା, ଢେଙ୍କାନାଳ
                            ୭୫୯୦୧୬

No comments: