💐ଦେଶପ୍ରେମୀ💐
ଦେଶପ୍ରେମ ପ୍ରୀତି ଯା ହୃଦୟେ ଥରେ
କେବେ ବି ଜନମି ନାହିଁ,
ସେ ଯଦି କହେ ମୁଁ ମାନବ ଜାତି
ତାହାଠୁ ମୂର୍ଖ କେ କାହିଁ ।
ପ୍ରେମ ପୀରତି ଦେଶ ପାଇଁ ଥରେ
ମନରେ ଜାଗ୍ରତ କର,
ଆଉ ଉଦ୍ୟତ କରି ଏ ଦେଶବାସୀଙ୍କୁ
ସଜାଅ ମଢାରୁ ବୀର ।
ଦେଶପ୍ରେମୀ ମାନେ ନିଜ ସୁଖ ଭୁଲି
ପାଇଛନ୍ତି କେତେ ଦୁଃଖ,
ଇତିହାସର ଏ ଅମର ପୃଷ୍ଠାକୁ
ଥରେ ତୁମେ ଖୋଲି ଦେଖ ।
ଦୁଃଖ ଯନ୍ତ୍ରଣାକୁ ସୁଖମଣି ସିଏ
ଦେଇ ଯାଇଛନ୍ତି ଯାହା,
ଆମର ଏ ଜାତି ସେ ସବୁ ଦେଖିଛି
ଆଜି ବି ରହିଛି ତାହା
ଦେଶପ୍ରେମୀ ଥିଲେଗାନ୍ଧୀଗୋପବନ୍ଧୁ
ନେହେରୁ ସଭରକର
ନିଜ ଜୀବନକୁ ତୁଛ ମଣି ଥିଲେ
ରହିଲେ ସଦା ଅମର ।
ଦେଶପ୍ରେମୀ ଥିଲେ ସୁଭାଷ ଲକ୍ଷ୍ମଣ
ଲାଲ ବାଲ ଆଉ ପାଲ,
ଦେଶ ପାଇଁ ସିଏ ସେବା କରି କରି
ସାଜିଲେ ସରଗିଫୁଲ ।
ଏପରି ଅନେକ ଦେଶପ୍ରେମୀ ମାନେ
ନିଜ ଜୀବନକୁ ଛାଡି,
ଦେଶହିତ ପାଇଁ ନିଜ ଜୀବନକୁ
ଆଗକୁ ଦେଲେ ଯେ ଟାଳି।
ଦେଶପାଇଁ କେହି ଜୀବନଦେବାକୁ
ପଛଘୁଞ୍ଚା ଦିଅ ନାହିଁ,
ଏ ଜୀବନ ଯଦି ଦେଶ ପାଇଁ ଗଲା
ଦୁଃଖ ଜମା କର ନାହିଁ ।
ଦୀନ ଦରିଦ୍ରଙ୍କ ସେବା କର ତୁମେ
ନିଜ ସୁଖ ଦୁଃଖ ଭୁଲି,
ଦେଶପ୍ରେମ ପାଇଁ ଦେଶକୁ ସଜାଇ
ଆଗକୁ ନିଅ ଯେ କାଲି ।
ଦେଶପ୍ରେମୀ ହୋଇ ସରଗକୁ ଯାଅ
ଦେଖନ୍ତୁ ଜଗତ ଲୋକ,
ସଂସାରରୁ ସବୁ କଷଣ ଦୁରାଇ
ଭରିଦିଅ ଦିବ୍ୟାଲୋକ ।
ଅଭୟ କୁଣ୍ଡ,
ସହକାରୀ ଶିକ୍ଷକ ମହିଷାପାଟ ଆଶ୍ରମ ବିଦ୍ୟାଳୟ, ସଦର ଢେ଼ଙ୍କାନାଳ
ମୋ:୯୫୫୬୯୮୯୭୨୩
No comments:
Post a Comment