ସାହିତ୍ୟ ଜୀବନ କୁ ସ୍ୱାଗତ । ଏହା ସାହିତ୍ୟ ର ଉନ୍ନତି ପାଇଁ ଏକ ଛୋଟ ପ୍ରୟାସ । ଗଳ୍ପ ଓ କବିତା ରଚନାକୁ ବଜାୟ ରଖିବାକୁ ଶତଚେଷ୍ଟିତ "ସାହିତ୍ୟ ଜୀବନ" । ଆପଣଙ୍କର କେତେଜଣ ଅଛନ୍ତି ଯେଉଁମାନଙ୍କ ପାଇଁ ଏହା ଏକ ଛୋଟ ଗ୍ରାମ । ଏହାର ଜୀବନ ତୁମ୍ଭର ନିଜ ସଖା ।

ଉତ୍କଳ ଦାୟାଦ - ଶ୍ରୀ ମତୀ ଲୋପାମୁଦ୍ରା ପରିଡା , ବାଙ୍ଗାଲୋର

   ଉତ୍କଳ ଦାୟାଦ

**************
ଉଠରେ ଉତ୍କଳ ଯୋଗ୍ୟ ଦାୟାଦ 
ସମୟ ତୁମକୁ ଦିଏ ଡାକ 
ବଞ୍ଚାଅ ଆଜି ଜନନୀ ସମ୍ମାନ 
ସଜାଡ ନିଜର ଭେକ_ ଭାକ।1।

ଆଉ ଲୋକହସା ହୁଅନା ରେ ଭାଇ,ବୀର ମାଟି ତୁମ ତନେ ଲିପା,ବିଜୟ ର ଭେରୀ ବାଜିଉଠୁ ପୁଣି,ପୂରୁବ ଗୌରବ ମୁଣ୍ଡେ ଟିକା।2।
କରନ୍ତୁ ଗରବ ଆମ ପୂର୍ବସୂରୀ 
କର୍ମର ଆମ ଜୟ ହେଉ
ନୋଇଁବାନି ତାଙ୍କ ମଥା ତଳେ କେବେ, 
ବୀରପ୍ରସବିନୀ ମାତୃଭୂମି ର ଜୟ ହେଉ।3।
ପାଠପଢା ପିଲେ ବହିରେ ଶିଖିଲେ, ଇଂରାଜୀ ଭାଷା ର ଗୁଣଗାନ,ଆମ ଭାଷାଟି ଯେ ହଜିଯାଉଥାଇଁ, ସେ ଦିଗକୁ ତୁମେ ଦିଅ ମନ।4।

ସମୃଦ୍ଧ ସାହିତ୍ୟ ଭାଷା କୋଷ ଆମ,ଶିକ୍ଷା ସିଡିରୁ ଯାଏ ଖସି, 
ସରଗେ ଆମର ପୂରୁବ କବିଏ ବିଚାର କରନ୍ତି ବସି ବସି।5।

ପଞ୍ଚସଖା ଦେଶେ ପଟୁମାଟି ଆମ
ଫାଟ ଦିଶେ କାଇଁ  ସହଜରେ 
ବୁଦ୍ଧିଜୀବି ମାନେ ସାହିତ୍ୟ ଜୀବନେ ଉତ୍ତର ରଖିବେ 
ଅମଳେ କି ଫଳ କଟାହୁଏ?? 6।

ଜଣେ କିବା ଫାଳେ ସାହିତ୍ୟ ପୂଜାରୀ, ଠିଆ ମାଇଲ୍ ଖୁଣ୍ଟା ଦମ୍ଭ ନେଇ, ଟାଣି ଚାଲିଛନ୍ତି ଫମ୍ପା ଜାତି ରଥ,ଚକା ଡାକ ଦିଏ କଇଁ କଇଁ ।7।

ଓଡିଆ ର ପୁଅ ଓଡିଆ ଭାଷାରେ,କଥା କହୁଅଛି ଖଣ୍ଡି ଖଣ୍ଡି,ଓଡିଶା ପ୍ରଦେଶ ସୀମା ସରହଦ, ଦିନୁ ଦିନ ଯାଏ ଛିଣ୍ଡି ଛିଣ୍ଡି ।8।

କାହିଁ ଗଲ ଆହେ ଉତ୍କଳ ଗୌରବ, "ଭାଷା " ବଞ୍ଚାଇବ କିଏ ?,ବିଦେଶୀ ଢାଞ୍ଚାରେ ବିଦେଶୀ ଓଡିଆ, ମାଟିକୁ ତା ବିକି ଖାଏ ।9।

ପୋସ୍କୋ କମ୍ପାନୀ କଳା ଘୋଟି ଲୁଟେ, ବେଦାନ୍ତ ର ବେଦ ଘନ ଘନ,ଜଙ୍ଗଲ ଖଣିଜ ସମ୍ପଦରେ ପରିପୂର୍ଣ୍ଣ, ଭାସିଯାଏ ଓଡିଆ ର ଫମ୍ପା ସପନ ।10।

ଆମଠାରୁ ଆମ ଖଣିଖାଦାନ 
ଜମି ଓ ଜୀବନ ଖୋଳ କରି 
ପିନ୍ଧାଇଲେ ଆସି ନେଳିଆ ଚଷମା 
ଢମଣା କୁ ଢୋଲେ ଭରି କରି ।11।

ଚାଷିଆ ବାପୁଡା କି ଅବା ବୁଝଇ 
ବଣିଜ ବେପାର କଥାଭାଷା 
ଘର ଡିହ ଜମି ସବୁ ଯାଏ ତାର
ହଳ ଲଙ୍ଗଳ ରେ ଧରି ଆଶା ।12।

ଇଂରେଜ  ଯେ ଗଲେ ଦେଶୁ ତଡା ଖାଇ, ବୁଦ୍ଧି ଯେ ତାଙ୍କର ଗଲେ ଛାଡି, ଭାଇ ଭାଇ ଆମ ମୁଠେ କାଗଜ କୁ ,ଦାଣ୍ଡ ରେ ହୁଅନ୍ତି ଗଡା ଗଡି।13।

ଆକାଶେ ଉଡିଲେ ,ଜହ୍ନ ରେ ଚଢିଲେ ,କେତେ ପାଠ ସାଠ ଗଲେ ପଢି, ଦେଶ ଜାତି ବ୍ଯଥା ବୁଝି ନପାରିଲେ, କି ଲାଭ ଆଉ ସେ ଘୋଡା ଚଢି।14।

ଆନ୍ଦୋଳନ, ଅନଶନରେ ମାତିଲେ,ଦିନରାତି ଭାଙ୍ଗେ ରାଜଧାନୀ, ଖବର ଟବର ପୃଷ୍ଠା ଖାଲି ଭରେ, ସମ୍ବାଦ ଟିଭିରେ ହାହାକାର ଶୁଭେ, ନେତା ମନ୍ତ୍ରୀ ଆମ ଚଉକି ଟାକୁଆ,
କିଏ ମନ ଦେବ ସମାଧାନେ ।15।

ଅଖ ଚକ ବନ୍ଦ ଡାକରା ଦେଇଣ ,
କୂଟନିତୀ ଖେଳ ଚାଲିଥାଏ, ଅଟା ଠୁ ଚାଉଳ ସବୁ ଦରବରେ, 
ଦର ଆକାଶକୁ ଛୁଇଁ ଯାଏ।16।

ସରକାରୀ କଳେ ଜଅଁଙ୍କ ଲାଗୁଛି, 
ଗଡୁ ନାହିଁ ଯମା ଯୁଗେ ଯୁଗେ, 
କଳା ପଇସା ର ସୁଆଦ ଚାଖିକି, 
ବିଲୁଆ କରନ୍ତି ଭୋଗ ଭାଗ।17।

ଓଡିଆ ର ପୁଅ ଭିଟାମାଟି ଛାଡି, ଗୋତି ଶ୍ରମିକ ର ରୂପ ନିଏ,
ପଖାଳ କଂସା ର ଜାଗା ମାଡିବସି, ଚାଉମିନ୍ ରୋଲ୍ ନିଶ ମୋଡି ନିଏ।18।

ବାପା ବୋଉ ଡାକ ପୁରୁଣା କାଳିଆ, ମୁଣ୍ଡିଆ ମାରିଲେ ମାରେ ଲାଜ,ଅଧା ଖଣ୍ଡି ଲୁଗା ଫେସନ ଚାଲିଛି, ହଜିଛି ଓଡିଆଣି ବେଶ,
ପୁନେଇଁ ପରବ ରଜବାଜ  ।19।

ଶଶକ୍ତୀ କରଣ କରୁଛୁ ବୋଲିଣ, ସ୍ବାଧୀନେ ବୁଲିଲେ ଘର ଝିଅ, ଅସୂର୍ଯ୍ୟପନ୍ଶ୍ଯା ଶରୀରେ ତାଙ୍କର,ମଦିରା ବାସିଲା ମହ ମହ।18।

ଶିଶୁର ଶୈଶବ ବୁଡିମରିଯାଏ, ତାଠାରୁ ଓଜନ ବସ୍ତାନୀରେ,ପାସ୍   ଫେଲ୍ ଉଠିଯାଏ ଯେଣୁ,ମନଟା ନଥାଏ ଇସ୍କୁଲୁ ରେ।19।

ଶିକ୍ଷକ ଆମର ବେତନ ନ ପାଇ,ଉଲୁ ବୁଣା ରେ ଦେଲେ ମନ,ମଧ୍ୟାନ ଭୋଜନ ଆୟୋଜନ ,ପତରରେ ବଢା ଏଣୁ ଜୀବନ ।20।

ମହାବିଦ୍ୟାଳୟେ ମହା ମହା ଗୁରୁ, ମହାନ୍ ଯେ ଶିଷ୍ୟ ଗଢାହୁଏ, ମୋବାଇଲ, ଗାଡି, ଗାଲଫ୍ରେନ୍ଡ ବିନା,କଲେଜରେ କିଅବା ମଜା ଥାଏ??।21।

ବାପା ମା ଋଣ ଗଣ୍ଠି କରି
ଗୁଣବନ୍ତ ମନ ଗଢିବାକୁ ,ଯନ୍ତ୍ରୀ,ଡାକ୍ତର ଗଢିବା ସପନେ କାଟନ୍ତି ପେଟରୁ,
ପିଲାଙ୍କର ହାତ ମଥାକୁ ପାଇଲେ 
ଉଡିଚାଲିଯାନ୍ତି କୋଠ ରୁ।22।

କାହିଁକି ହଜିଲା ସରଧା ସବୁରି, ବୃଦ୍ଧାଶ୍ରମେ କାଇଁ ପିତା ମାତା, 
ମୁଣ୍ଡ କାଇଁ ଆଉ ନୋଉଁନି ମଣିଷ, 
ସେଇତ ଆମର ସର୍ବ ଦାତା ।23।

ଆଖି ଥାଇ ଅନ୍ଧ କେତେ ଦିନ ହେବା, ଆତ୍ମା ର ଡାକ ଥରେ ଶୁଣ,ଓଡିଆ ର ପୁଅ କାଳିଆ ଠାକୁର, ଓଡିଆ ଭରସା ଅଟେ ଜାଣ।। 24।

କି ଯେ ହେବ ଆମ ଦେଶ ଜାତି କଥା,କି ହେବ ମଣିଷ ଅବସ୍ଥା, 
ମୂଳଭିତ୍ତି ଯଦି ଦୋହଲି ଭାଙ୍ଗିବ, କି ହେବ ଓଡିଆ ବ୍ଯବସ୍ଥା ।25।

ଆଧୁନିକ ହେବା ନିଶା ଟି ଜଭର, ସବୁରି ଭିତରେ ଘାରିଛି, ଦେଶ ଜାତି ବୁଡୁ ଚୁଲିମୁଣ୍ଡେ ଯାଇ,ସେଥିରୁ କି ଲାଭ ମିଳୁଛି?।26।

ଉଠ କଙ୍କାଳ, ଛିଡୁ ଶୃଙ୍ଗଳ, ଜାଗୁ ଉତ୍କଳ ଆଜି, ମନେ ପଡୁନି କି ବୀର କଳିଙ୍ଗର ପୂରୁବ ଗୌରବ ରାଜି??? ।27।

ଶ୍ରୀ ମତୀ ଲୋପାମୁଦ୍ରା ପରିଡା 
ବାଙ୍ଗାଲୋର

No comments: