:: ଦେଶପ୍ରେମୀ::
ତମେ ସୀମାରେ ଲଢ
ଆଉ ମୁଁ ମୋ ଜମିରେ
ତମ ହାତରେ ଥାଏ ରାଇଫଲ
ମୋ ହାତରେ ଲଂଗଲ କଂଟି ତ।
ତମର ବି ନଜର ଥାଏ ତୀର୍ଯ୍ୟକ
ସୀମା କିଏ କଲା କି ଅତିକ୍ରମ
ମୋର ବି ନଜର ଥାଏ ଆଗାମୀ ପାଇଁ
କଣ ହୋଇଗଲା ଖରିଫରେ ଆଉ
କଣ ହେବ ରବି ଫସଲରେ ତ!!
କିନ୍ତୁ କାହିଁ ଭାବୁଛି ମୋର ଏତେ ପୋଡାକପାଲ
ତମେ ଚାଲିଗଲେ ଶତ୍ରୁଗୁଲିରେ
ତମେ ହୁଅ ଶହୀଦ
ମିଳେ ତୋପସଲାମି
ମୁଁ ବି ସେମିତି ଗୋଟେ
ମୁଁ ମଲେ ଅଭାବୀ ବିକ୍ରିରେ
ଚାଲେ ହଜାରେ ରାଜନୀତି
କଣ ନା ଅପମୃତ୍ୟୁ ଜଣେ ଚାଷୀର।।
ମାନସ ରଞ୍ଜନ ଦାଶ
ସଂପାଦକ ସତ୍ଯମେବ ଜୟତେ ପରିବାର, କଣ୍ଟାସାହି, ଶିଶୁଆ, ସାଲେପୁର, କଟକ
No comments:
Post a Comment