ରଜ ପର୍ବ
କରୋନା ହେବ ମୋ କାଳ
ରଜ ପରବରେ ଵନ୍ଧୁ ସାଙ୍ଗେ ମିଶି
ଯେବେ କରିବି ମୁଁ କୋଳ
କରୋନା ରୋଗକୁ ଖାତର ନକରି
ଯେବେ ଖେଳିଲି ମୁଁ ଖେଳ ।।
ବନସ୍ତେ ଡାକୁନି ଗଜ
ସପୁରୀ ଦେହରେ ଜନ ସାଧାରଣ
ବୋମା କରିଲେଣି ଖଞ୍ଜ
ଫିକା ପଡ଼ିଲାଣି ଏବେର ରଜ
ବିପଦରେ ଗଜରାଜ ।।
ଜନସାଧାରଣ ହେଜ
ଦୋଳି ବାନ୍ଧିବାକୁ ଗଛଟିଏ ଲୋଡ଼ା
ମାଫିଆଙ୍କ ଗୁଣ୍ଡାରାଜ
କେମିତି ଖେଳିବା ଆଗକୁ ସଭିଏଁ
ପୋତ ନୂଆ ନୂଆ ବୀଜ ।।
ପୋଡ଼ ପିଠା ଗଢା ଗଢି
ଜାଣିନାହିଁ ଏବେ ର ଯୁବ ପିଢ଼ି
ଚାଇନା ଖାଦ୍ୟର ପ୍ରେମରେ ପଡି
ଓଡ଼ିଆ ଖାଦ୍ୟକୁ ଗଲେଣି ହୁଡ଼ି
ଦିଅ ପିଠା କଥା ମନରୁ କାଢି ।।
କାହିଁ ଗଲା ରଜ ପାନ
ମାଓ୍ବ। ଗୁଟୁଖାରେ ସଭିଙ୍କ ମନ
ଗାଁ ଦାଣ୍ଡ ଏବେ ଫିକା ପଡ଼ିଲାଣି
ନାହିଁ ତାସ ଖେଳ , ପୁଚି ଏସନ
ତଥାପି କରିବା ରଜ ପାଳନ ।।
ନାହିଁ ଆଉ ସଜ ବାଜ
ଛାଟ ବେଣୀ ସାଙ୍ଗେ ଶାଢ଼ୀ ବ୍ଲାଉଜ
ଏବେ ନାଉଛନ୍ତି ଚିରା ପ୍ୟାଣ୍ଟ କୁ ଛୋଟ କାମୀଜ
ଭୁଲିକି ସରମ ଦେହଜ ଲାଜ
ରଜ ପାଳୁଛନ୍ତି କୁଆଁରୀ ଆଜ ।।
ରଜ ପରମ୍ପରା ବହୁ ଯୁଗର
ଓଡ଼ିଆ ସଂସ୍କୃତି ପର୍ବ ସମ୍ଭାର
ଆଧୁନିକତା କୁ ଛାଡି ଆମେମାନେ
ପାଳିବା ରଜକୁ ଡାକି ଇଶ୍ଵର
ପରସ୍ପରେ ଭାବ ରହୁ ଶ୍ରଦ୍ଧାର ।।
ପ୍ରଦୀପ କୁମାର ସାହୁ
ସା/ପୋ-ଚାନ୍ଦପୁର
ଜି-ନୟାଗଡ଼ ମୋ-୯୮୬୧୨୪୨୮୮୯
ତା-୧୪/୦୬/୨୦୨୦
No comments:
Post a Comment