"ରଜ ଆସିଛି "
ରଜ ଆସିଛି ଆମ ଗାଁ କୁ ଲୋ ମେଘୁଆ ଆକାଶ ଧରି
ଝିପି ଝିପି ବାରି ପଡ଼ୁ ଅଛି ଝରି ନିଦାଘ ଯାଇଛି ଫେରି l
ବଡ଼ ନିଦରୁଣ ନିଦାଘ ସମୟ
ନୀର ହୀନ ଶୁଷ୍କ ଧାରା ଘର୍ମ ସିକ୍ତ ତନୁ ବ୍ୟଥିତ ପରାଣେ ଅସହ୍ୟ ଅନଳ ଖରା l ବରଷକ ପରେ ଆସିଛି ଆଷାଢ଼ ରାଜସ୍ୱଳା ବସୁମତୀ ମେଘୁଆ ରାଜାର ଚୋରା ଆଲିଙ୍ଗନେ
ମଧୁ ଝରା ମଧୁ ପ୍ରୀତି l ସବୁଜ ପଣତ ଉଡାଇ ହରଷେ ବସୁନ୍ଧରା ରଜବତୀ ବରଷା ପରଶେ ପରିବେଶ ହସେ ସବୁଜ ବର୍ଣ୍ଣ (barne) ପ୍ରକୃତି l . ଗରଭ ଧାରିଣୀ ବସୁଧା ଜନନୀ ଚାହିଁ ବସି ଅଛି ବାଟ ମେଘୁଆ ରାଜାର ଅମୃତ ପରଶେ ମନ ହେଲା ତାର ତୋଷ l
ଆମ ରାଇଜକୁ ଆସିଛି ରଜ ଲୋ ଦୋଳି ହୁଏ କଟ କଟ
ମୋ ଭାଇ ମୁଣ୍ଡରେ ସୁନା ମୁକୁଟ ଲୋ ଦିଶୁ ଅଛି ଝଟ ଝଟ l ବନସ୍ତେ ଡାକିଲା ଗଜ ଲୋ ସଙ୍ଗାତ ଆସ ହେବା ସଜ ବାଜ
ବର ଓହଳରେ ଦୋଳି ଖେଳିବା ଲୋ ଆସିଅଛି ପରା ରଜ l
ଗାଁ ଗାଁ ରେ ବାଜୁ ଅଛି ଢୋଲ ଚାଲିଛି ବାଗୁଡ଼ି ଖେଳ
ନୂଆ ବୋହୁ ମୁଣ୍ଡେ ହାତେଓଢଣାଲୋ ଲୁଡ଼ୁ ଖେଳେ ମଜଗୁଲ l
ରଜ ପିଠା ସାଥେ ମିଠା ଖିଲିପାନ ସବୁଜିମା ଦିଶେ କ୍ଷେତ ବରଷକୁ ଦେଖି ଚାଷୀ ମନ ଖୁସି ଦେଖିବ ଗୁଣ୍ଡିଚା ଯାତ l
ନବୀନ ବାସନ କରି ପରିଧାନ ଆନନ୍ଦେ ବିଭୋର ଧରା
ରଜ ତିନି ଦିନ ପୂଜା କରୁଥାନ୍ତି ଭକତି ରେ ବସୁନ୍ଧରା l ଧରଣୀ ରାଣୀ ର ମନ କଥା ଜାଣି
ଆସନ୍ତି ମେଘୁଆ ରାଜା
ଝିଅ ବୋହୁ ମିଶି ହରଷେ କରନ୍ତି ମାଟି ମା ପାଦ ପୂଜା l
ସାଧବ ବୋହୁର ଟୁକୁ ଟୁକୁ ଚାଲି
ହସ ହସ ନାଲି ମୁଖ ଦେଖି ଦେଲେ ବାରେଆଦ୍ୟ ଆଷାଢ଼ରେ ଦୂର ହୋଇଯାଏ ଦୁଃଖ l
ଡ଼ ପଦ୍ମଲୋଚନ ରାଉତ
. ମାଲକାନଗିରି
No comments:
Post a Comment