ସାହିତ୍ୟ ଜୀବନ କୁ ସ୍ୱାଗତ । ଏହା ସାହିତ୍ୟ ର ଉନ୍ନତି ପାଇଁ ଏକ ଛୋଟ ପ୍ରୟାସ । ଗଳ୍ପ ଓ କବିତା ରଚନାକୁ ବଜାୟ ରଖିବାକୁ ଶତଚେଷ୍ଟିତ "ସାହିତ୍ୟ ଜୀବନ" । ଆପଣଙ୍କର କେତେଜଣ ଅଛନ୍ତି ଯେଉଁମାନଙ୍କ ପାଇଁ ଏହା ଏକ ଛୋଟ ଗ୍ରାମ । ଏହାର ଜୀବନ ତୁମ୍ଭର ନିଜ ସଖା ।

ରଜପର୍ବ - ମାନସ ରଞ୍ଜନ ଦାଶ , କଟକ

           ରଜ ପର୍ବ
             
ସବୁ ସନ ପରି ଆସିଛି ରଜ
ଏସନ ବି ଆମ ନଇପଠାକୁ
ତମେ କିନ୍ତୁ ଆସିନ ଏଥର ଘରକୁ
ଭୟରେ ନା ଡରରେ ପୁଣି କରୋନାକୁ।।।
ତମେ ଆସିନ ବୋଲି ଦେଇ ଏଥର
ଏଥର ବରଗଛରେ ଲାଗିନି  ଦୋଲି
ସନିଆ ଭାଇ ମନାକଲା କରିବନି ଏଥର
ଆସିବନି ତମେ ଜାଣିଲା ବୋଲି।।।
ସନିଆ ଭାଇବି ଖେଳିଲାନି ତାସ
ଗଡଉଥିଲା ଆଖିରୁ ଖାଲି ଲୁହ
ଯାହା ହଉ ବରଷକୁ ଥରେ ଦେଖୁଥିଲା
ସେଦିନର ପ୍ରିୟତମା ଆଉ ଆଜିର ଆଉ କାହାର ସେ ମନର ମାନସୀ ତ।।।

  ମାନସ ରଞ୍ଜନ ଦାଶ 
କଣ୍ଟାସାହି, ଶିଶୁଆ, ସାଲେପୁର, କଟକ

No comments: