ସାହିତ୍ୟ ଜୀବନ କୁ ସ୍ୱାଗତ । ଏହା ସାହିତ୍ୟ ର ଉନ୍ନତି ପାଇଁ ଏକ ଛୋଟ ପ୍ରୟାସ । ଗଳ୍ପ ଓ କବିତା ରଚନାକୁ ବଜାୟ ରଖିବାକୁ ଶତଚେଷ୍ଟିତ "ସାହିତ୍ୟ ଜୀବନ" । ଆପଣଙ୍କର କେତେଜଣ ଅଛନ୍ତି ଯେଉଁମାନଙ୍କ ପାଇଁ ଏହା ଏକ ଛୋଟ ଗ୍ରାମ । ଏହାର ଜୀବନ ତୁମ୍ଭର ନିଜ ସଖା ।

ଏ ବର୍ଷ ର ରଜ - ସ୍ମୃତି ପ୍ରଜ୍ଞା ଜେନା


     ।। ଏ ବର୍ଷ ର ରଜ।।

କୁଆଁରୀ ଝିଅ ଟିଏ ହୋଇନି ସଜ
ବନସ୍ତେ  ଏଥର ଡାକିନି ଗଜ
ଏ ବରଷ ଏମିତି ରଜ
ଖୁସିରେ କେହି କରୁନାହାନ୍ତି ମଉଜ।।

ନାହିଁ ସାଙ୍ଗ ସାଥୀ ମେଳ
ନାହିଁ ଗାଁ ମୁଣ୍ଡେ ଦୋଳି ଖେଳ।।

ଫିକା ଫିକା ଲାଗେ ରଜ
ପାନ ଖିଲ ଭାଙ୍ଗି ଦେଇନାହାନ୍ତି ଜେଜ।।
ବlଘୁଡି , ଲୁଡୁ ଖେଳ ଖେଳିବା ପାଇଁ
ଗାଆଁ ଦାଣ୍ଡେ  ଦେଖାଯାଉ ନି କେଉଁଟି ମେଳ ।।

ପ୍ରକୃତି ବି ଆଜି ଦେଖେଇ ଦେଲା ସେ କେଡେ ବଡ କଳାକାର
ଦେଖ କିପରି ପ୍ରତିଶୋଧ ନେଲା ତା ପ୍ରତି ହୋଇଥିବା ଅତ୍ୟାଚାର ର ।।

ଉଦ୍ଧାର ସେରକ ତିନି ପାଆ ନୁହଇ
ଯିଏ ଯେତିକି ଧାରାଇ ସେତିକି ଭରଇ
ଏତିକି ତ ବୁଝି ସାରିଥିବ ମୋ ଭଉଣୀ ଭାଈ।।

କର ଯୋଡ଼ି ଏତିକି ଜଣାଉଛି କାଳିଆ କୁ ମୋର
ଏହି ମହାମାରୀ ସଙ୍କଟ ରୁ ଜଲଦି ରକ୍ଷା କର ।।
ଆର ବରଷ ରଜ କୁ ଫେରୁ ହଜିଥିବ ଖୁସି ଆମର।।।🙏🏻

ନାମ - ସ୍ମୃତି ପ୍ରଜ୍ଞା  ଜେନା

No comments: