ସାହିତ୍ୟ ଜୀବନ କୁ ସ୍ୱାଗତ । ଏହା ସାହିତ୍ୟ ର ଉନ୍ନତି ପାଇଁ ଏକ ଛୋଟ ପ୍ରୟାସ । ଗଳ୍ପ ଓ କବିତା ରଚନାକୁ ବଜାୟ ରଖିବାକୁ ଶତଚେଷ୍ଟିତ "ସାହିତ୍ୟ ଜୀବନ" । ଆପଣଙ୍କର କେତେଜଣ ଅଛନ୍ତି ଯେଉଁମାନଙ୍କ ପାଇଁ ଏହା ଏକ ଛୋଟ ଗ୍ରାମ । ଏହାର ଜୀବନ ତୁମ୍ଭର ନିଜ ସଖା ।

"ବୀର ସୈନିକର ଦେଶପ୍ରେମ" - ପ୍ରଶାନ୍ତ କୁମାର ସେଠୀ , ଭଦ୍ରକ


"ବୀର ସୈନିକର ଦେଶପ୍ରେମ"
”"'''''''''"''''''''''''''''''''''''''''''''''''"''''''''"''''''''''''''''''''''''''

ନିଷ୍ଠୁର ବର୍ବର ଶତୃର ସ୍ବର
            ବାରୁଦ କମାଣ ଗରଜି ଉଠେ
ଦେଶ ମାତୃକାର ସୁରକ୍ଷାର ପାଇଁ
    କେତେବେଳେ ଗୁଳି ଛାତିରେ ଫୁଟେ   ।।

ଦେଶର ତନୟ ନାହିଁ ଡର ଭୟ
        ହାତରେ ତ୍ରିରଙ୍ଗା କାନ୍ଧେ ବନ୍ଧୁକ
ମାରିବ ମରିବ ଛାଉଣୀ କରିବ
           ଛତ୍ରଭଙ୍ଗ ଦେବ ଶତ୍ରୁ ଜଗତ      ।।

ଯେବେଠୁ ଶୁଣିଛି ଶତ୍ରୁର ଶବଦ
         ହୃଦେ ପ୍ରକମ୍ପିତ ରଣ ହୁଙ୍କାର
ତେଜିୟାନ ବୀର ମେଲାଣି ମାଆର
        ଛିଣ୍ଡାଇ ଆଣିବ ଶତ୍ରୁର ଶିର      ।।

ବୀର ବୁଝେନାହିଁ ରାଜନୀତି ତଥ୍ୟ
            ଯୁଦ୍ଧ ପରେ ଆସେ ଶାନ୍ତିର ଚୁକ୍ତି
ଦେଶପ୍ରେମ ଲାଗି ସହୀଦ ହୋଇ ସେ
          ବୀର ତା ଦେଇଛି ଜୀବନ ଭେଟି       ।।

ଦେଶପ୍ରେମ ଯାର ରକତର ଧାର
         ସହୀଦ ସଲାମ ତାଙ୍କୁ କି ଲୋଡା
ତୁଚ୍ଛ ରାଜନୀତି କରୁଛନ୍ତି କିଛି
           ଭାଷଣ ବାଜିରେ ଦେଉଳ ଛିଡା       ।।

ଦେଶପ୍ରେମ ସ୍ୱର ବଦଳି ଗଲାଣି
          ରାଜନୀତି ଗାଦୀ ମୋହଟା ବେଶି
କୂଟନୀତି କରି ସ୍ଵଭାବ ଆଦରି
           ଜୟଚନ୍ଦ୍ର ଛାପ ବୈଭବେ ଖୁସି         ।।

ପଲ୍ଲୀଠାରୁ ଦିଲ୍ଲୀ ସବୁଠି ଶିକାରୀ
        ଅଫିସରଠାରୁ  ଡାକ୍ତର ଦୋଷୀ
ଦେଶପ୍ରେମ ଚିହ୍ନ କାହାଠାରେ ନାହିଁ
        କିଏ ବା କାହାକୁ ଦଣ୍ଡିବ ଫାଶୀ           ।।

ଆତତାୟୀପାଇଁ ଓକିଲାତି କରି
         ବିଚାର ଧାରାକୁ ଆହ୍ଵାନ ଦିଏ
ଦେଶଦ୍ରୋହୀ ପାଇଁ ଜୀବନ ଲଗାଇ
         ଦେଶଭକ୍ତ ବୋଲି ଜବାବ ଦିଏ          ।।

ଏ ଦେଶ ରକ୍ଷକ ଭକ୍ଷକ ସାଜୁଛି
        ଟଙ୍କା ପାଇଁ ଖାକୀ ନିଲାମ ହୁଏ
ଚତୁର୍ଥ ସ୍ତମ୍ବକୁ ଦୋହଲାଇ ଦେଇ
         ସରକାରଙ୍କର ସାବାସି ନିଏ          ।।

ପାହିନାହିଁ ରାତି ଅଛି କେତେ ବାକି
             କିଏ ସେ ଟାଣୁଛି ପୂର୍ଣ୍ଣ ଛେଦ
ଦେଶଦ୍ରୋହୀ ଯେବେ ଦେଶପ୍ରେମୀ କହେ
          ହୋଇବ ଭାରତ ଖଣ୍ଡ ବିଖଣ୍ଡ        ।।

ଆଉ ଆସିବେନି ଗାନ୍ଧୀ ଗୋପବନ୍ଧୁ
             ସଜାଡିବା ପାଇଁ ଭାରତ ଭୂଇଁ
ସୀମାରୁ ଆସିବେ ଓଝାଣି ସୈନିକ
          ଦେଶଦ୍ରୋହୀ ପାଇଁ ବନ୍ଧୁକ ନେଇ      ।।

ବେଳ ଥାଉ ଥାଉ ହୁଅ ହେ ସଜାଗ
                   ଦେଶପ୍ରେମ ବହ୍ନି କର ଉଜ୍ଜ୍ଵଳ
କାୟ ମନୋ ବାକ୍ୟେ ହୃଦୟେ ଶପଥ
                   ଦେଖି ଶତ୍ରୁ ଶକ୍ତି ହେବ ଦୁର୍ବଳ    ।।

ପ୍ରଶାନ୍ତ କୁମାର ସେଠୀ,
ପିରିପୁର, ଭଣ୍ଡାରି ପୋଖରୀ, ଭଦ୍ରକ
ଦୁର ଭାଷା: ୯୯୨୧୭୧୫୧୭୯
ଦିନାଙ୍କ: ୨୧/୦୬/୨୦୨୦

No comments: