ମୁଁ ସୈନିକ ହେବି
*************
ସଜାଇ ଦିଅ ମା ବୀର ବେଶେ ମତେ
ସୈନିକ ମୁହିଁ ହେବି ,
ସୀମାନ୍ତରେ ଭାଇ ବିପଦେ ପଡିଛି
ଯିବି ତା'ପାଖକୁ ଯିବି ।
ବିଜୟର ଟିକା ଲଗାଇ ଦିଅ ମା
କୋଟି ଆଶୀର୍ବାଦ ଦିଅ ,
ଆତଙ୍କବାଦର ବିନାଶ ଘଟାଇ
ଫେରି ଆସୁ ତୁମ ପୁଅ ।
ଶକ୍ତିହୀନ ନୁହେଁ ଭାରତ ସନ୍ତାନ
ନୁହେଁ ସେ କାହା ବଇରି ,
ମିତ୍ରତା ଛଳେ ଶତ୍ରୁତା କଲେ
କିପରି ଦେବ ସେ ଛାଡି ?
ପିତା ମୋ କୃଷକ,କୃଷକ ପୁଅ ମୁହିଁ
ସୈନିକ ମୁହିଁ ହେବି
ଦେଶ ସେବା ପାଇଁ ଶପଥ କରିଛି
ଜୀବନ ପଛେ ମୁଁ ଦେବି ।
✍️ପାଗଳ ସତ୍ୟ
ସତ୍ୟବାନ ନାୟକ
କୋଡଗମ୍ଭୀର,ଚଣ୍ଡିଗାଁ,ଚରମ୍ପା,ଭଦ୍ରକ
ମୋ = ୮୫୯୯୮୮୫୮୫୭
ଇମେଲ = satyabannayak1995@gmail.com
No comments:
Post a Comment