::ଦେଶ ପ୍ରେମୀ ::
........................................
ଉତ୍କଳ ଭାରତ ଭୂଇଁ
ଏହା ମୋର ଜନ୍ମ ଭୂଇଁ।
ମୁଁ ଉତ୍କଳର ସନ୍ତାନ
ରଖିବି ତାର ମାନ।
ଉତ୍କଳ ବନ୍ଦନା ଗାନରେ
ଏ ମାଟିର ମୂର୍ଚ୍ଛନା ସୃଷ୍ଟି କରେ।
ଏ ଦେଶବାସୀକୁ ମୋହିଦିଏ
ସୁମଧୁର ସୁର ଗୀତରେ।
ଶସ୍ୟ ଭଣ୍ଡାର ପରିପୂର୍ଣ୍ଣ
ଭାରତ ମା ଆମ ଅର୍ଣ୍ଣପୁର୍ଣ୍ଣା।
ଚାଷ କାମ ଏଠି ମନ ବଲେ
ଧନ ଧାନ୍ୟ ଏଠି ଗର୍ଜନ କରେ।
କେତେ କେତେ ଚାରୁ ଚିତ୍ର କଲା
ମୂର୍ତ୍ତି କିର୍ତ୍ତୀମାନ ଭଗ୍ନଶୁପ୍ତରେ ଗଢା।
ପୂର୍ବ ପୁରୁଷଙ୍କ ଇତିହାସମାନ
ଅର୍ଜନ କରିଦେଇଛନ୍ତି କେତେ ଉପାଦାନ।
କେତେ ନଦୀ,ନାଳ,ଗିରି,ବନ
ଅସଂଖ୍ୟ କାରଖାନା ଶିଳ୍ପୟନ।
କେତେ ମନ୍ଦିର,ମଠ,ଆଶ୍ରମ
ଗଢିଛନ୍ତି ଆମ ପୂଜ୍ୟ ପରମ।
ଜନ୍ମ ଭୂଇଁର ବୁକୁରେ
ନାଚିଛି କେତେ ମୁହିଁରେ।
ମାଟି ମା ର କୋଳେ ବଢିଛି
କେତେ ସ୍ନେହ ଆଦର ପାଇଛି।
ଭାରତ ମୋ ପୂଣ୍ୟଭୂମି
ଭାରତ ମୋ ଜନ୍ମଭୂମି।।
ଝରଣା ଧରୁଆ
ଖୁଣ୍ଟିଆ, କୋକସରା
କଳାହାଣ୍ଡି
No comments:
Post a Comment