●ଦେଶପ୍ରେମୀ●
ଦେଶପ୍ରେମୀ ଶବ୍ଦଟା ଭାରି ଶ୍ରୁତିମଧୁର
କିନ୍ତୁ ପ୍ରକୃତ ଦେଶପ୍ରେମୀ ଆଜି ବିରଳ
ଆମେମାନେ ବି କିଛି କମ୍ ବୁଦ୍ଧିମାନ ନୁହଁ
ଦେଶପ୍ରେମୀ ଶବ୍ଦଟାକୁ ମୁକୁଟ କରି ପିନ୍ଧେଇ ଦେଇଛୁ ଆମ ସୈନିକ ମାନଙ୍କୁ
ଆଉ ନିଜେ ଅତି ସନ୍ତର୍ପଣରେ ଖସିଯାଇଛୁ ଏଇ ଦେଶପ୍ରେମୀ ଶବ୍ଦ ପାଖରୁ
ଭୁଲିଯାଇଛୁ ଦେଶ ପାଇଁ ଥିବା ଆମ ଦାୟିତ୍ୱ ଓ କର୍ତ୍ତବ୍ୟ
ଆମ ତନ ମନ କି ପ୍ରାଣରେ ଦେଶପ୍ରେମ କାହିଁ
ଆମେ ସ୍ୱଦେଶୀ ବର୍ଜନ କରି ବିଦେଶୀ ଜିନିଷ ଆପଣେଇଛୁ
ନିଜ ଦେଶରେ ପାଠପଢି ବିଦେଶରେ ସେବା ଯୋଗେଇଛୁ
ନିଜ ଦେଶର କଳାସଂସ୍କୃତିକୁ ଗୋଇଠା ମାରି ବିଦେଶୀ ସଂସ୍କୃତିକୁ ଆପଣେଇଛୁ
ସୁନ୍ଦରସବୁଜ ବଣପାହାଡ ଭରା ପ୍ରକୃତିକୁ ନଷ୍ଟ କରି ବିଦେଶୀ ଢଙ୍ଗରେ ବଞ୍ଚୁଛୁ
ସରକାରୀ ଚାକିରୀ ସହିତ ପି.ସି ଶବ୍ଦଟାକୁ ସତର୍କତାର ସହ ଯୋଡି ଦେଇଛୁ
ଅନ୍ୟାୟ ଦୁର୍ନୀତିକୁ ପକେଟ୍ ରେ ଲୁଚେଇ ରଖିଛୁ
ସମୂହସ୍ୱାର୍ଥକୁ ବଳିଦାନ ଦେଇ ଆପଣାସ୍ୱାର୍ଥ ଦେଖୁଛୁ
ଦେଶର ରାଜକୋଷ ପଛେ ଖାଲି ଆମେ ଆମ ଆକାଉଣ୍ଟ୍ କଥା ଚିନ୍ତା କରୁଛୁ
କିଛି ସ୍ୱତନ୍ତ୍ର ଦିବସ ପାଳନ ବେଳେ " ଜୟ ଜବାନ୍ ଜୟ କିଶାନ " ଆଉ " ବନ୍ଦେ ମାତରମ୍ " ଭଳି ସ୍ଲୋଗାନ୍ ବି ଦେଉଛୁ
ଏଇ ହେଉଛି ଆମ ଦେଶପ୍ରେମ
ଆମେ ବି ଏମିତିଆ ଦେଶପ୍ରେମୀ l
ସୌଭାଗ୍ୟବତୀ ଗିରି
No comments:
Post a Comment