ଦେଶପ୍ରେମୀ
..................
ମାଇନସ ତିରିଶି ଡିଗ୍ରୀରେ ବରଫ ଗଦା ଭିତରେ
ଯିଏ ଟକମକ ଫୁଟାଇପାରେ ନିଜ ରକ୍ତ
ଯାର ହସର ଦମ୍ଭରେ ଶତ୍ରୁ ହୁଏ ଆଚମ୍ବିତ
ସିଏ ଦେଶପ୍ରେମୀ ସିଏ ଅଟେ ଦେଶଭକ୍ତ... @
ନିଜ ସୁଖ ଛାଡି ଯିଏ ସାଜେ ସଦା ଜାଗ୍ରତପ୍ରହରୀ
ପ୍ରାଣ ଲୋଭେ ଯାଏନି ସେ ଶତ୍ରୁ ପାଖେ ଡରି
ସିଏ କି ଡରିବ ଦେଖି ଗୁଳିଗୋଳା ଭୀତି
ମାଟି ପାଇଁ ପ୍ରାଣ ଦେଇ
ଛିଡା ହୁଏ ଦେଖେଇ ତା ଛପନ ଇଞ୍ଚର ଛାତି.. @
ଇତିହାସ ଗାଏ ଆଜି ବୀରତ୍ୱର ଗାଥା
ଭଗତ, ବାଜିଆ ପୁଣି ସୁଭାଷ ର କଥା
ତାଙ୍କ ତ୍ୟାଗ ଦେଶପ୍ରେମ ହେବ ନାହିଁ ବୃଥା
ଶତ୍ରୁ ପାଖେ ବିକିବାନି ଆମେ ନିଜ ମଥା... @
ନିସ୍ଵାର୍ଥ ରେ ମାଟି ମା କୁ ପ୍ରେମ କରେ ଯିଏ
ଇତିହାସେ ଦେଶପ୍ରମୀ ସିଏ ଯେ ବୋଲାଏ
କେବଳ ଯେ ଦେଶଭକ୍ତ ନୁହଁଇ ସୈନିକ
ଖାଦ୍ୟ ଦେଇ ଦେଶପ୍ରେମୀ ବୋଲାଏ କୃଷକ
ଡାକ୍ତର ଶିକ୍ଷକ ଅବା ହେଉ ସେ ଶ୍ରମିକ
ତ୍ୟାଗ ସେବା ବ୍ରତେ ହୁଏ ସେ ଦେଶ ପ୍ରେମିକ...@
ହେ ମୋର ଦେଶପ୍ରେମୀ ଛାତିଦମ୍ଭେ ଗାଆ
ଶେଷ ରକ୍ତ ବିନ୍ଦୁ ଯାଏ ସଦା ଲଢ଼ୁଥାଆ
ସ୍ବସ୍ୱାର୍ଥୀ, ଅହଙ୍କାରୀ କଲେଣି ଯେ ପଣ
ଧ୍ଵଂସ କରି ଦେବେ ସାଜି ଗୃହଶତ୍ରୁ ବିଭୀଷଣ
ଦେଶର ସ୍ବରାଜ୍ୟ ପଥରେ ଅଛି ଯେତେ ଗାଡ଼
ପୁରା କରିଦେବେ ତହିଁ ଦେଇ ଗରିବଙ୍କ ହାଡ
ଦେଶ ପାଣ୍ଠି ପସେଇବେ ନିଜରି ଅଣ୍ଟିରେ
ଦେଶଦ୍ରୋହି ସାଜି ଯିବେ ଦେଶବାସୀ ଙ୍କ ପିଠିରେ...... @@
ପ୍ରଶାନ୍ତ କୁମାର ମହାନ୍ତି
କାକଟପୁର, ପୁରୀ
No comments:
Post a Comment