ସାହିତ୍ୟ ଜୀବନ କୁ ସ୍ୱାଗତ । ଏହା ସାହିତ୍ୟ ର ଉନ୍ନତି ପାଇଁ ଏକ ଛୋଟ ପ୍ରୟାସ । ଗଳ୍ପ ଓ କବିତା ରଚନାକୁ ବଜାୟ ରଖିବାକୁ ଶତଚେଷ୍ଟିତ "ସାହିତ୍ୟ ଜୀବନ" । ଆପଣଙ୍କର କେତେଜଣ ଅଛନ୍ତି ଯେଉଁମାନଙ୍କ ପାଇଁ ଏହା ଏକ ଛୋଟ ଗ୍ରାମ । ଏହାର ଜୀବନ ତୁମ୍ଭର ନିଜ ସଖା ।

ଦେଶପ୍ରେମୀ - କାଳନ୍ଦୀ ମଲ୍ଲିକ , ଯାଜପୁର

🇮🇳🇮🇳ଦେଶ ପ୍ରେମୀ🇮🇳🇮🇳

ଆତ୍ମୀୟ ସ୍ବଜନେ ମଧୁର ପିରତି
ସବୁରି ହ୍ରୁଦୟେ ଥାଏ, 
ପର କୁ ନିଜର ପରିବାର ମାନି
ଯିଏ, ଆପଣା ପରତି ଦିଏ, 
ଦେଶ ପ୍ରେମୀ ଏକା ସିଏ.........। ୧। 

ଆଖି ର ଲୁହକୁ ଓଠରେ ପିଇ ଯେ
ପର ସୁଖେ ହସି ଦିଏ, 
ଆପଣା ଖୁସି କୁ ଜଳାଞ୍ଜଳି ଦେଇ
ପର ଦୁଃଖେ କାନ୍ଦୁ ଥାଏ, 
ଦେଶ ପ୍ରେମୀ ଏକା ସିଏ.......। ୨। 

ଯା ପାଇଁ କରମ ଧରମ ସମାନ
ମନେ ତ୍ଯାଗ ଭରି ରହେ, 
ମାନ, ଅଭିମାନ, ଅହଂକାର ଛାଡି
ବିଶ୍ବ ହିତ କାମୀ ହୁଏ, 
ଦେଶ ପ୍ରେମୀ ଏକା ସିଏ......। ୩। 

ପରିବାର ଯାର, ଏ ସାରା ଭାରତ
ଭାରତ ର ପୁତ୍ର ସିଏ, 
ଜିତି, ଧର୍ମ, ବର୍ଣ୍ଣ ତା ଆଗେ ସମାନ
ସେ ସଭି ଙ୍କୁ ଆଦରି ନିଏ, 
ଦେଶ ପ୍ରେମୀ ଏକା ସିଏ.......। ୪। 

ମା ଠାରୁ ବଡ଼, ମାଟି ମା' ଋଣ
ସେ ପ୍ରାଣ ଦେଇ ସୁଜି ଥାଏ, 
କ୍ରୁଷକ ହେଉ ବା ସୈନିକ, ଡାକ୍ତର
ଯଦି ଦେଶ ପ୍ରେମ ମନେ ଥାଏ, 
ଦେଶ ପ୍ରେମୀ ଏକା ସିଏ......। ୫।

              କାଳନ୍ଦୀ ମଲ୍ଲିକ
          ସଡ଼ାମ୍ବା, ପ୍ରଥମା ଖଣ୍ଡି, ଯାଜପୁର

No comments: