ସାହିତ୍ୟ ଜୀବନ କୁ ସ୍ୱାଗତ । ଏହା ସାହିତ୍ୟ ର ଉନ୍ନତି ପାଇଁ ଏକ ଛୋଟ ପ୍ରୟାସ । ଗଳ୍ପ ଓ କବିତା ରଚନାକୁ ବଜାୟ ରଖିବାକୁ ଶତଚେଷ୍ଟିତ "ସାହିତ୍ୟ ଜୀବନ" । ଆପଣଙ୍କର କେତେଜଣ ଅଛନ୍ତି ଯେଉଁମାନଙ୍କ ପାଇଁ ଏହା ଏକ ଛୋଟ ଗ୍ରାମ । ଏହାର ଜୀବନ ତୁମ୍ଭର ନିଜ ସଖା ।

ପ୍ରତିଜ୍ଞା - ମୀର ମୁସ୍ତାକିମ ଅଲ୍ଲୀ ,କୋରାପୁଟ

        ପ୍ରତିଜ୍ଞା
        ******
କନକ କିରଣ କହେ
ପ୍ରଭାତୀ ସବିତାର ବାର୍ତା
ଦେଖି ପାରିବିନି ହୁତ ହୁତ ବିଶ୍ଵବନହି
କି ହେବ ଭବିଷ୍ୟତେ
ପୋଲ ପୋଲ
ହିଂସା ଲୁଣ୍ଠନ କ୍ରୋଧ ନର ସଂହାର
ନିତ୍ୟ ଲାଗି ରହିଛି ଉଦ୍ଦାମ ଲୀଳା
ଦୃଷ୍ଟି ଫେରିଲେ ଯେଉଁଠି
ରକ୍ତାକ୍ତ ଆତଙ୍କ ବିଡା ବିଡା ।
ପ୍ରତିଧ୍ବନି କମ୍ପିତ ଚତୁର୍ଦିଗେ
ପ୍ରାଣତନ୍ତୀ ସ୍ପନ୍ଦିତ ସବୁମନେ ।
କିଏ ଖୋଜେ ମଣିଷର ଦରଦ
କିଏ ଖୋଜେ ଗୋଳା ବାରୁଦ ।
ଛୁଟିଛି ନାଲି ରଙ୍ଗର ସୁଅ
ନୟନରୁ ପଡୁଛି ଝରି ଅଜସ୍ର ବାରିଧାରା,
ଭଲ ଲାଗୁଛି କି
ଜୀବନ ସହ ଖେଳ ଖେଳିବା,
ରକ୍ତର ବାତ୍ୟା ତାକୁ ଦେଖିବା ।
ଦରଦୀ ମଣିଷ ର ଦରଦ ନାହିଁ,
ହାତେ ବନ୍ଧୁକ କଲମ ନାହିଁ ।
ଆଜି ଦେଖୁଛୁ ରକ୍ତ ବନ୍ଧୁକ ମୁନରେ
କିଏ ସେ ଅତତାୟୀ ପ୍ରଖର ଗତିରେ
କରି ଚାଲିଛି ବାତ୍ୟା
ମଣିଷ ଜୀବନରେ,
ଦ୍ରୌପଦୀ ଯେପରି କରିଥିଲା ଶପଥ
କୌରବ ଶୋଣିତେ ପଖାଳିବ କେଶ,
ପ୍ରତିଜ୍ଞା କରିବା
ଦ୍ରୌପଦୀ ସହ ତାଳ ମିଳାଇ,
ଆତଙ୍କକୁ ଯେ ପର୍ଯ୍ୟନ୍ତ
ନ ଦେବା ନିଭେଇ,
ତାଙ୍କ ରକ୍ତେ ନ ଯିବା ଗାଧୋଇ
ବସିବା ନାହିଁ ଭିନ୍ନ ହୋଇ ।
        
           ମୀର ମୁସ୍ତାକିମ ଅଲ୍ଲୀ
            ରାମ ନଗର,କୋରାପୁଟ ।

No comments: