ସାହିତ୍ୟ ଜୀବନ କୁ ସ୍ୱାଗତ । ଏହା ସାହିତ୍ୟ ର ଉନ୍ନତି ପାଇଁ ଏକ ଛୋଟ ପ୍ରୟାସ । ଗଳ୍ପ ଓ କବିତା ରଚନାକୁ ବଜାୟ ରଖିବାକୁ ଶତଚେଷ୍ଟିତ "ସାହିତ୍ୟ ଜୀବନ" । ଆପଣଙ୍କର କେତେଜଣ ଅଛନ୍ତି ଯେଉଁମାନଙ୍କ ପାଇଁ ଏହା ଏକ ଛୋଟ ଗ୍ରାମ । ଏହାର ଜୀବନ ତୁମ୍ଭର ନିଜ ସଖା ।

ଦେଶପ୍ରେମୀ - ସୁବ୍ରତ କୁମାର ଦାସ


 - ଦେଶପ୍ରେମ-

ଯେ ଦେଶ ବକ୍ଷରେ ବୋହି ଯାଇ ଅଛି ଗଙ୍ଗା ଯମୁନା ନଈ
ଯେ ଦେଶର ପାଦ ବଙ୍ଗୋପ - ଆରବ ସାଗର ଯାଇଛି ଛୁଇଁ।
ଯେ ଦେଶର ଶିରେ ମୁକୁଟ ହୋଇଣ ଛିଡ଼ା ହିମାଳୟ ଗିରି
ଯେ ଦେଶ ଚରଣେ ସଦା ପୂଜନୀୟ ପ୍ରକୃତି କନ୍ୟାକୁମାରୀ।
ଯେ ଦେଶେ ଜନମ ଗାନ୍ଧୀ, ଗୋପବନ୍ଧୁ, ନେତାଜୀ,ଭଗତ ସିଂହ
ମୋ ଭାରତ ପରି ସୁନ୍ଦର ସୁଶୀଳ ଦୁନିଆ ରେ କେହି ନୁହଁ।
ନୁହେଁ ମୁଁ ସୈନିକ ନୁହେଁ ବଡଲୋକ ନୁହେଁ ସରକାରୀ ଭୃତ୍ତ
ତଥାପି ଏ ଦେଶ ପାଇଁ ମୋର ଆତ୍ମା ବଳିଦାନେ ହେବ ମୃତ।
ଦୁର୍ନୀତି ଶୋଷଣ ,ଶେଷ ମୁଁ କରିବି ଧରି ନୀତି ତରବାରୀ
ଶତ୍ରୁ ର ସଂଘାର କରିବି ମୁଁହି ଯେ ଛାତି କୁ ତାହାର ଚିରି।
ଯୁବକ ମାନଙ୍କୁ ପ୍ରୋତ୍ସାହନ ଦେବି,ଦେବି ମୁହିଁ ନାରୀ ଶିକ୍ଷା
ପ୍ରାଚୀର ହୋଇଣ କରିବି ଯେ ମୁଁହି ମୋ ମାଟି ମାଆ ର ରକ୍ଷା।
ମୂଲିଆ ପାଇବେ ନିଜସ୍ଵ ର ମୂଲ ଶ୍ରମିକ ପାଇବେ ଶ୍ରମ
ମିଛ ନୁହେଁ ଆଜି ପଣ ମୁଁ କରୁଚି ଏହି ମୋର ଦେଶ ପ୍ରେମ।
ଜଗତର ନାଥ ଶ୍ରୀ ଜଗନ୍ନାଥ ଙ୍କ ମୋ ଉପରେ ଦୟା ଥିବ
ବୀରଗତି ପରେ ମୋର ପାପୀ ଆତ୍ମା ତାଙ୍କ ଘଟେ ଲୀନ ହେବ।
ଭାରତ ମାତର ସୁରକ୍ଷା ପାଇଁ କି ଏତିକି ସୁଯୋଗ ଦିଅ
ଦେଖିବ ନିଶ୍ଚୟ ଯୁଗେ ଯୁଗେ ହେବ ଭାରତ ମାତର ଜୟ।🇮🇳
ଭାରତ ମାତା କି ଜୟ 🇮🇳🙏


✍️ସୁବ୍ରତ କୁମାର ଦାସ

No comments: