ସାହିତ୍ୟ ଜୀବନ କୁ ସ୍ୱାଗତ । ଏହା ସାହିତ୍ୟ ର ଉନ୍ନତି ପାଇଁ ଏକ ଛୋଟ ପ୍ରୟାସ । ଗଳ୍ପ ଓ କବିତା ରଚନାକୁ ବଜାୟ ରଖିବାକୁ ଶତଚେଷ୍ଟିତ "ସାହିତ୍ୟ ଜୀବନ" । ଆପଣଙ୍କର କେତେଜଣ ଅଛନ୍ତି ଯେଉଁମାନଙ୍କ ପାଇଁ ଏହା ଏକ ଛୋଟ ଗ୍ରାମ । ଏହାର ଜୀବନ ତୁମ୍ଭର ନିଜ ସଖା ।

ରଜ - ବନିତା ରାଉତ , ନବରଙ୍ଗପୁର


         💐ରଜ  💐
*****************************
✍️କାମିନୀ ରଞ୍ଜନ ପାଣ୍ଡେ,ବନିତା ରାଉତ

କୃଷିର ପରବ
ଓଡ଼ିଶାରେ ଶ୍ରେଷ୍ଠ
                 ମାଟି ମାଆ ଗାଥା ଗାଏ
ରଜ ସଜବାଜ
ମଉଜ ସଉକ
                 ଘରେ ଘରେ ହୋଇଥାଏ ।

ନିଦାଗର ଅନ୍ତେ
ରଜସ୍ଵଳା ହୁଏ
              କୁଆଁରୀ ହୋଇଛି ମାଟି
ବରଷା ରାଣୀର
ଆଗମନ ଦେଖି
             ଚଷାଭାଇ ହୁଏ ଖୁସି ।

ଓଡ଼ିଶା ମାଟିରେ
ରଜ ଚାରି ଦିନ
               ପୁର ପଲ୍ଲୀରେ ଚମକ
ପହିଲି ରଜଟି
ସଜବାଜ ରଜ
                ପୋଡପିଠାର ମହକ ।

ଝିଅ ବୋହୂମାନେ
ସଜେଇ ହୁଅନ୍ତି
                ନୂଆ ବସ୍ତ୍ର ପରିଧାନ
ନୂଆ ଶଙ୍ଖା ଚୁଡି
ପାଉଁଜି କଙ୍କଣ
                ପିନ୍ଧନ୍ତି କେତେ ସୁବର୍ଣ୍ଣ ।

ଟିପି ଚନ୍ଦନରେ
ମଥାକୁ ସଜାନ୍ତି
               ପାଦରେ ଅଳତା ଗାର
ମୁଣ୍ଡରେ ଖୋସନ୍ତି
ସଜଫୁଲଟିଏ
              ଦେହରେ ମାଖି ଅତର ।

ରଜ ଦୋଳି ଗୀତ
ଭାସି ଆସୁଥାଏ
             ପବନ ସୁଅ ତରଙ୍ଗେ
କୁଆଁରୀ ବୟସେ
ଝିଅ ଦୋଳି ଖେଳେ
             ଗାଉଥାନ୍ତି ମିଶି ସଙ୍ଗେ ।

ଦ୍ବିତୀୟ ଦିନଟି
ରଜ ସଂକ୍ରାନ୍ତି
            ତୃତୀୟେ ଭୂମି ଦହନ
ଚତୁର୍ଥ ଦିନଟି
ବସୁମତୀ ସ୍ନାନ
             ହୁଏ ବନ୍ଦାପନା ମାନ ।

ରଜ ଖିଲି ପାନେ
ଭାବ ଦିଆନିଆ
             ସମ୍ପର୍କର ନୂଆ ଡୋରି
ଫୁଲେଇ ହୋଇଣ
ଘରେ ଘରେ ବୁଲେ
            ପାଦ ରୁଣୁଝୁଣୁ କରି ।

ନିଷିଦ୍ଧ ରହିଛି
କୃଷି କାର୍ଯ୍ୟ ସହ
              ଘରରେ ମସଲା ବଟା
ଢିଙ୍କି ହେମଦସ୍ତା
ଘୋରଣା ଶିଳରେ
              ହୁଏ ନାହିଁ ଛେଛା କୁଟା ।

ପୁଚି କଉଡିରେ
ଗାଆଁ ଫାଟି ଉଠେ
              ଖେଳନ୍ତି ସର୍ବେ ହରଷେ
ଭାତ ମାଂସ ଭୋଜି
ଆମ୍ବ ପଣସରେ
              ଘର ଦ୍ବାର ସବୁ ବାସେ ।

ବ୍ରହ୍ମଗିରି ଠାରେ
ବାଲି ହରଚଣ୍ଡୀ
              ଶକ୍ତି ପୀଠ ଯେ ପ୍ରସିଦ୍ଧ
ରଜର ସମସ୍ତ
ବିଧିବିଧାନ ତ
               ମାଆଙ୍କର ରଜଯାତ ।
           
ସଂସ୍କୃତିର ପର୍ବ
ମହାମିଳନର
                 ପ୍ରକୃତିର ବାର୍ତ୍ତାବହ
ବର୍ଷା ଆଗମନେ
ସ୍ବାଗତ ଉତ୍ସବ
                 ନୂଆ ସମ୍ଭାବନା ସହ ।
  
*************************
ଗ୍ରାମ-ନୂଆପଡ଼ା, ପୋଷ୍ଟ-ଅନକାବେଡ଼ା
ଜିଲ୍ଲା- ନବରଙ୍ଗପୁର
ମୋ-9777755025,8144157878

No comments: