ବିଦଗ୍ଧ ରଜ
**********************
ବନସ୍ତରେ ଆଉ ଗଜ ଡାକୁ ନାହିଁ
ସନ୍ତସ୍ତ୍ରରେ ଅଛି ସିଏ
କାହା ଡାକରେ ରଜ ମନାଇବା
ହାଏ ର ଦଇବ ହାଏ ।
ରଜ ଦୋଳି ପାଇଁ ଗଛଟିଏ ନାହିଁ
ଡାଳ କେଉଠୁଁ ମିଳିବ
ଦୋଳି ସପନଟା ପଛରେ ରଖିବା
ଭାବିକି ସବୁ ଚଳିବ,
ଚଳାଇ ଚଳାଇ ଏଯାଏ ମଣିଷ
ନିଆଁ ପାଉଁଶ ଆବୋରି
ମହାଦେବ ପରି ବିଷ ପିଉଅଛି
ପ୍ରତିଫଳିତ ହୁଏ ସବୁରି ।
ପାନ ବରଜତ ମାଟିରେ ମିଶିଲା
ଆମ୍ପାନ ମହାବାତ୍ୟାରେ
ଖିଲିପାନ କଥା ମନରୁ ପୋଛିଦେ
ଚଳା ମନପସନ୍ଦ ଚୁଚୁମାରେ ।
ପିଠାପଣା ସିନା ଘରୋଇ ଦରବ
ଚିନି ଗୁଡ଼ ବିରି ଓ ନଡ଼ିଆ
କେଉଁଠୁ ଆସିବ ଶୂନ୍ୟ ତ ପକେଟ
କଚାଡ ଗିନା ଥାଳି ତାଟିଆ ।
ଅଳିକରେ ଝିଅ ସଜବାଜ ପାଇଁ ନୂଆପୋଷାକରେ ମନ
ବିଚାରା ବାପଟା କପାଳକୁ ନିନ୍ଦେ
ପକେଟରେ ନାହିଁ ଧନ ।
ଶୂନ୍ୟରେ ରଜତୁ ଶୂନ୍ୟରେ ଚାଲିଜା
ମୋ ଘର ଓଳିର ପଛେ
ମୋର ସତ ସାହାସ ଅଛି କିରେ ରଜ
ଯିବା ପାଇଁ ତୋର ପଛେ ।
**************************
ଦିନବନ୍ଧୁ ବେଜ
ଶିକ୍ଷକ,ସହିଦ ଲକ୍ଷ୍ମଣ ନାୟକ ଉଚ୍ଚ ବିଦ୍ୟାଳୟ
ଶିଖପାଲ୍ଲି,ମାଲକାନଗିରି,ଓଡିଶା
ଭ୍ରାମ୍ୟ ଭାଷ:-୭୬୮୩୯୨୦୨୨୧
ବିଦଗ୍ଧ ରଜ - ଦିନବନ୍ଧୁ ବେଜ , ମାଲକାନଗିରି
Reviewed by ପବିତ୍ର ବେହେରା
Published:
Rating : 4.5
Published:
Rating : 4.5






No comments:
Post a Comment