::: ଦେଶପ୍ରେମୀ :::
ଉତ୍ତୁଙ୍ଗ ହିମାଳୟ ତୁଙ୍ଗ ଶିଖରରେ
କମାଣର ବାରୁଦ ଧୂଆଁ ରେ
ମାତୃଭୂମିର ମର୍ଯ୍ୟାଦା ଲାଗି ଅଵଗୁଣ୍ଠନତୀ ସ୍ତ୍ରୀ ଠାରୁ ଦୂରରେ ରହି
ଖରା, ବର୍ଷା, ଶୀତ କୁ ଖାତିର ନ କରି
ସୀମାକୁ ଜଗିରହନ୍ତି ମାଛକୁ ବଗ ଜଗିଲା ପରି
ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ସୈନିକ ଭାଇ
ତ୍ୟାଗ ବଳିଦାନ ଓ ଦେଶପ୍ରେମ ତାଙ୍କ ର ଅନନ୍ୟ
ମହାତ୍ମାଗାନ୍ଧୀଙ୍କ ଠାରୁ ଶହୀଦ ରାଜଗୁରୁ
ଵିପ୍ଳଵୀ ଚାଖିଖୁଣ୍ଟିଆ ବା ଶହୀଦ୍ ବକ୍ସି ଜଗବନ୍ଧୁ
ହୋଇପାରନ୍ତି ଵୀର ସୁରେନ୍ଦ୍ର ସାଏ କି ଵାଜିରିଉତ
ଭୁଲିଵନି ଦେଶ ସୁଵାଷ ଵୋଷ ଵା ଲକ୍ଷ୍ମଣନାୟକ ଭଳି ଦେଶପ୍ରେମୀଙ୍କୁ
ଭୁଲିବନି ଅମର ଶହୀଦ ଭଗତସିଂହ ଵା ଵିର୍ସାମୁଣ୍ଡାଙ୍କ ଦେଶପ୍ରେମ କୁ
ଭାରତର ନୌସେନା ସର୍ବଶ୍ରେଷ୍ଠ ନୌସେନା
ଏଥିରେ ସାମ୍ନାକୁ ଆସେ କଳିଙ୍ଗର ନୌବାଣିଜ୍ୟ
ଓଡ଼ିଶାର ନୌସେନା ରମାଦେବୀ ରଣତରୀଙ୍କୁ
ସେମାନେ କରିଥାନ୍ତି ରକ୍ତ କଵରୀରେ ସୁଶୋଭିତ ନିଜ ପାଦକୁ
ମନେପଡେ ମହାତ୍ମାଗାନ୍ଧୀଙ୍କ ଅହିଂସା ରୂପକ ଅମୋଘ ଅସ୍ତ୍ରକୁ
ସୀମା ବିବାଦରେ ଭାରତ ପାକିସ୍ତାନ ର
ପୁଲୱାମା ରେ ଯୁଦ୍ଧରତ ସୈନିକ ବା ଶହୀଦ
ଭାରତର ଉତ୍ତରତମ ଓ ଚୀନ ତିବ୍ଦତ ର
ଦକ୍ଷିଣ ଭୂଖଣ୍ଡ କୁ ନେଇ ଭାରତ ଚୀନ ର ସୀମା ବିବାଦ
1962 ର ଚୀନ ଓ ଭାରତ ସୀମା ବିବାଦଠାରୁ
ଆଜିର ଲଦାଖର ମହୱାନ ଘାଟିର ସୀମାରେ
ଆକ୍ରମଣକାରୀ ସୈନ୍ୟ ଵା ଶହୀଦ କୋଡିଏ ଦେଶପ୍ରେମୀ
ସେନାରେ ଥିବା ଜୱାନ୍ ଖାଲି ନୁହନ୍ତି ଦେଶପ୍ରେମୀ
ପାଇକଠାରୁ ପାଇକବଧୂର ଦେଶପ୍ରେମ କିଛି କମ୍ ନୁହେଁ
କମ୍ ନୁହେଁ ଦେଶପ୍ରେମ ଡାକ୍ତର ର
ଯିଏ ଯୁଦ୍ଧ ପରି ନିଜକୁ ନିଜ ପିଲାଙ୍କୁ ନ ଦେଖି ସେବା ଯୋଗାଇଥାଏ
କିଛି କମ୍ ନୁହେଁ ଦେଶପ୍ରେମ ଜଣେ ଶିକ୍ଷକର
ଯିଏ ଛାତ୍ର ବୟସରୁ ହିଁ ଦେଶପ୍ରେମ ପାଇଁ ଉଦ୍ ବୁଦ୍ଧ କରିଥାଏ
ଦେଶର କାମ କରିବାକୁ ସେନାଟିଏ ହୋଇ ଡାକ୍ତର ନର୍ସ ଵିଭିନ୍ନ ସେବା ଯୋଗାଉଥିବା
ବ୍ୟକ୍ତି ନିଶ୍ଚିତ ଭାବେ ଦେଶପ୍ରେମୀ
କବି, ଲେଖକଗଣ ଗୋପବନ୍ଧୁଙ୍କ ପରି
ତାଙ୍କ ଲେଖନୀ ମାଧ୍ୟମରେ ଦେଇଥାନ୍ତି ଦେଶପ୍ରେମୀ ର ପ୍ରେରଣା
କରିଥାନ୍ତି ବହୁ ଦେଶପ୍ରେମୀ ସୃଷ୍ଟି
ଛୋଟ ଶିଶୁଟିଏ ଵୁଡିଯାଉଥିବା ଵ୍ୟକ୍ତିକୁ ରକ୍ଷା କରି ପରିଚୟ ଦିଏ ଦେଶପ୍ରେମୀ ର
ଜନ୍ମଭୂମି ର ଭୂମିର ଭୂମାଠୁ କାମରେ
ନିସ୍ବାର୍ଥପର ଭାଵରେ ମଜ୍ଜିଯାଏ ଦେଶପ୍ରେମୀ
ସମ୍ମାନ ଶବ୍ଦର ବହୁ ଉର୍ଦ୍ଧ୍ଵରେ ସମସ୍ତ ଦେଶପ୍ରେମୀ
ନମାମି ନମାମି ନମାମି ନମାମି ।।
କଳ୍ପନା ରାୟ, ସହକାରୀ ଶିକ୍ଷୟିତ୍ରୀ,
ଲଇଡା ଵାଳିକା ଉଚ୍ଚ ବିଦ୍ୟାଳୟ,
ଲଇଡା, ସମ୍ବଲପୁର,
ଫୋନ୍ - 9583350342.
No comments:
Post a Comment