ସାହିତ୍ୟ ଜୀବନ କୁ ସ୍ୱାଗତ । ଏହା ସାହିତ୍ୟ ର ଉନ୍ନତି ପାଇଁ ଏକ ଛୋଟ ପ୍ରୟାସ । ଗଳ୍ପ ଓ କବିତା ରଚନାକୁ ବଜାୟ ରଖିବାକୁ ଶତଚେଷ୍ଟିତ "ସାହିତ୍ୟ ଜୀବନ" । ଆପଣଙ୍କର କେତେଜଣ ଅଛନ୍ତି ଯେଉଁମାନଙ୍କ ପାଇଁ ଏହା ଏକ ଛୋଟ ଗ୍ରାମ । ଏହାର ଜୀବନ ତୁମ୍ଭର ନିଜ ସଖା ।

ଦେଶପ୍ରେମୀ - ସାରଦା ପ୍ରସାଦ ଆଚାର୍ଯ୍ୟ , ଖୋର୍ଦ୍ଧା




ଦେଶପ୍ରେମୀ
*********
କହିବାକୁ ଭଲଲାଗେ,
ଶୁଣିବାରେ ଖୁସିଆସେ।
ମନରେ ଆସିଲେ ମୁଁ ଦେଶପ୍ରେମୀ,
ଛାତି ମୋର ଗର୍ବ ଗୌରବରେ ଫୁଲିଉଠେ।

ମୋ ଦେଶ ଭାରତ,
ମୁଁ ତାର ସନ୍ତାନ,
ଉତ୍ତରେ ହିମାଳୟ ପର୍ବତ ବର,
ଦକ୍ଷିଣେ ପାଦ ଧୋଉଛି ମହାସମୁଦ୍ର ।

ଅନେକ ଧର୍ମ,
ବହୁ ଜାତି,
ବହୁ ବିଜ୍ଞ ,ବିଜ୍ଞାନୀ ଙ୍କୁ
ନେଇ ମୋ ଭାରତ ହୁଏ ମହାନ୍।
ମୁଁ  ଦେଶପ୍ରେମୀ ମୋ ଦେଶ ଭାରି ସୁନ୍ଦର।

ଦେଶର ସୁରକ୍ଷା,
ମୋର ଧର୍ମ,
ଦେଶର ସମ୍ମାନ,
ମୋର ଧେୟ,
ଦେଶର ସେବା,
ମୋର ବ୍ରତ,
ମୁଁ ଦେଶପ୍ରେମୀ ମୋ ଦେଶ ଭାରି ସୁନ୍ଦର।

ମୋ ଦେଶ  ଇତିହାସ
ମୋ  ଗ୍ରନ୍ଥ,
ମୋ ଦେଶ ମହାପୁରୁଷ,
ମୋ ଆଦର୍ଶ,
ମୋ ଦେଶ ପରମ୍ପରା,
ମୋ କାମ୍ୟ,
ମୋ ଦେଶ ସଂସ୍କୃତି,
ମୋ ଶୋଭା ,
ମୁଁ ଦେଶପ୍ରେମୀ ମୋ ଦେଶ ଭାରି ସୁନ୍ଦର।

ଦେଶ ମାତୃକାର ସେବା କରିବି,
ଦେଶର ମହତ୍ତ୍ୱ ବଜାୟ ରଖିବି।

ଛଳନା କପଟତା ଦୂରେ ରହିବି,
ଦେଶର ଗୌରବ ବୃଦ୍ଧି କରିବି।

ଦେଶପ୍ରେମୀ ଭାବେ ଜୀବନ ଦେବି,
ଦେଶଦ୍ରୋହୀ ହେଲେ ନର୍କ କୁ ଯିବି।

ଜୟ ଭାରତ ,ଜୟ ଜନତା,
ଦେଶପ୍ରେମୀ ହେବା ଆମର ନିଶା।

ଅନ୍ଯାୟ, ଦୁର୍ନୀତି ବିରୁଦ୍ଧେ ଲଢ଼େଇ ଜାରି ରଖିବା,
ଶତ୍ରୁ କବଳରୁ ମୋ ଦେଶ କୁ ରକ୍ଷା କରିବା।
ଦେଶପ୍ରେମ ମନ୍ତ୍ର ରେ ଦିକ୍ଷିତ ହେବା,
ଭାରତ ବର୍ଷର ଟେକ ରଖିବା।

ଦେଶର କୃଷକ  ମଉଡ଼ମଣୀ
ଦେଶର ଯବାନ ଶତ୍ରୁ କୁ ଭାରୀ।

ଏକ ମନ ,ଏକତ୍ବ ଭାବେ ଆମେ ଭାରତବାସୀ, ଭାରି ସାହାସୀ।

ଦେଶର ପ୍ରଗତି,
ଦେଶର ଉନ୍ନତି,
ଦେଶର ବିଜୟ,
ଆମର ନିତି,
ମୁଁ ଦେଶପ୍ରେମୀ ,
ମୋ ଦେଶ ଭାରି ସୁନ୍ଦରୀ।

ସାରଦା ପ୍ରସାଦ ଆଚାର୍ଯ୍ୟ
ଯୋଡା -କେନ୍ଦୁଝର
ଭୁବନେଶ୍ବର -ଖୋର୍ଦ୍ଧା
୯୪୩୭୬୧୧୮୯୧

No comments: