ସାହିତ୍ୟ ଜୀବନ କୁ ସ୍ୱାଗତ । ଏହା ସାହିତ୍ୟ ର ଉନ୍ନତି ପାଇଁ ଏକ ଛୋଟ ପ୍ରୟାସ । ଗଳ୍ପ ଓ କବିତା ରଚନାକୁ ବଜାୟ ରଖିବାକୁ ଶତଚେଷ୍ଟିତ "ସାହିତ୍ୟ ଜୀବନ" । ଆପଣଙ୍କର କେତେଜଣ ଅଛନ୍ତି ଯେଉଁମାନଙ୍କ ପାଇଁ ଏହା ଏକ ଛୋଟ ଗ୍ରାମ । ଏହାର ଜୀବନ ତୁମ୍ଭର ନିଜ ସଖା ।

ଦେଶପ୍ରେମୀ - ନିବେଦିତା ମହାପାତ୍ର , ପୁରୀ


ଦେଶପ୍ରେମୀ
************
ଭାରତ ମାତାର ରକ୍ଷା କରିବାକୁ
ଦେଇଥିଲ ପ୍ରତିଶ୍ରୃତି
ଗର୍ବ ବହିଥିଲେ ମନେ ପିତାମାତା
ଶୁଣି ତୁମର ନିଷ୍ପତ୍ତି॥(୧)
ଭାଇ,ଭଉଣୀ,ଘରଣୀ,ସନ୍ତାନଙ୍କୁ
ଆନନ୍ଦେ ବିଦାୟ ଦେଇ
କର୍ମକ୍ଷେତ୍ରେ କରିଥିଲ ଯୋଗଦାନ
ମାତୃଭୂମି ସେବା ପାଇଁ॥(୨)
ସୀମାର ସୁରକ୍ଷାରେ ହୋଇଲ ବ୍ରତୀ
ଭୁଲିଯାଇ ଦିନରାତି
ତାପମାତ୍ରାର ପ୍ରଭାବ ପାରିଲାନି
ଭୁଲାଇ ତୁମରି ମତି॥(୩)
ପଛଘୁଞ୍ଚା ଦେବା ଜାତକରେ ନାହିଁ
ଭାରତୀୟ ସୈନ୍ୟଙ୍କର
ଜଣାଇ ଦେଲ ଚୀନ ସେନାଙ୍କୁ ଦେଇ
ଝରାଇ ନିଜ ରୁଧିର॥(୪)
ବ୍ୟର୍ଥ ଯିବ ନାହିଁ ତୁମ ବଳିଦାନ
ଦେଉଛୁ ତୁମକୁ କଥା
ଆଉ ଗୋଟେ ସର୍ଜିକାଲ ଷ୍ଟ୍ରାଇକରେ
ଦୂର ହେବ ତୁମ ବ୍ୟଥା॥(୫)
ଜୈସର ସ୍ତୁପକୁ ମିରାଜ କରିଲା
ନିମିଷକରେ ଧ୍ବଂସ
ସେପରି ନୂଆ କୌଶଳେ କରିଦେବୁ
ଚୀନ ସୈନ୍ୟଙ୍କ ବିନାଶ॥(୬)
ଦେଶପ୍ରେମୀ ସାଜି କରିଛ ସର୍ବଦା
ତ୍ରିରଙ୍ଗାର ମାନ ରକ୍ଷା
କାଶ୍ମୀର ଠାରୁ କନ୍ୟାକୁମାରୀ ଆଜି
ଗାଉଛି ତୁମ ଗାଥା॥(୭)
ଭାରତ ମାତାର ସୁଯୋଗ୍ୟ ସନ୍ତାନ
ନାହିଁ କେହି ତୁମ ସମ
ଜାଗ୍ରତ ପହରୀ ସାଜି ଦେଖାଉଛ
ସୀମାରେ ତୁମର କାମ॥(୮)
ତୁମରି ଲାଗି ଦେଶବାସୀ ଶାନ୍ତିରେ
ଘରେ କରନ୍ତି ଶୟନ
କେମିତି ଭୁଲିବୁ କୁହ ହେ ସୈନିକ
ବହୁମୂଲ୍ୟ ବଳିଦାନ॥(୯)
କର୍ମବଳେ ତୁମ ହୋଇ ମହୀୟାନ
ରଖିଛ ଜାତି ମହତ
ଦିପ୍ତୀମନ୍ତ ସଦା ହୋଇ ରହିଥିବ
ଅମର ତୁମ ସାହସ॥(୧୦)

ନିବେଦିତା ମହାପାତ୍ର 
ମୁକୁନ୍ଦ ମିଶ୍ର ନଗର,ଗୋପିନାଥପୁର,ପୁରୀ

No comments: