ସାହିତ୍ୟ ଜୀବନ କୁ ସ୍ୱାଗତ । ଏହା ସାହିତ୍ୟ ର ଉନ୍ନତି ପାଇଁ ଏକ ଛୋଟ ପ୍ରୟାସ । ଗଳ୍ପ ଓ କବିତା ରଚନାକୁ ବଜାୟ ରଖିବାକୁ ଶତଚେଷ୍ଟିତ "ସାହିତ୍ୟ ଜୀବନ" । ଆପଣଙ୍କର କେତେଜଣ ଅଛନ୍ତି ଯେଉଁମାନଙ୍କ ପାଇଁ ଏହା ଏକ ଛୋଟ ଗ୍ରାମ । ଏହାର ଜୀବନ ତୁମ୍ଭର ନିଜ ସଖା ।

ଆଜି ସମୟ ଦେଇଛି ଉତ୍ତର - ସରୋଜ କୁମାର ଜେନା , କଟକ

::ଆଜି ସମୟ ଦେଇଛି ଉତ୍ତର ::

    ଆଜି ସମୟ ଦେଇଛି ଉତ୍ତର 
        ନିରବୀ ନିରବୀ
   ଅନ୍ତରର ଗଭୀର ପ୍ରଦେଶରୁ 
    ଶୁବୁଛି ତୁମର ସେହି କ୍ରନ୍ଦନର କଣ୍ଠ ସ୍ବର ..,
     ..............,,,,,,,,.......
   ଯେଉଁ କଣ୍ଠ ସ୍ୱର ତୁମର 
      ଦିନେ ମୋତେ ......
    କରିଥିଲା ଧିକାର  ...।
 ଯୌବନ ବଳରେ ହୋଇଣ ଗର୍ବିତ 
       ମାନୁ ନଥିଲ ବାଛ ବିଚାର 
 ହେ ମୋର ପ୍ରତାରିକା ପ୍ରେୟସୀ  ....,,
ଦେଖ .... ଦେଖ ..... ଦେଖ ....
   ମୁଁ ଆଜି ବହୁତ ଖୁସି  ....।
    କାହିଁକି ଜାଣିଛ  ...?
ସମୟ ସ୍ରୋତରେ ଆଜି 
   ସବୁଜ ପଲ୍ଲବରୁ ଶୁଷ୍କ ପଲ୍ଲବ ଭଳି 
ତୁମ ଯୌବନ ହୋଇଛି ମଳିନ  ....,,
ମାତୃତ୍ଵ ଲାଭ କରିଣ  
   କୁଆଡେ଼ ଗଲା ତୁମର 
ଦିନେ ଖୋଜି ପାଇଥିବା ଧନ ଯୌବନ  ....।
  ଜାଣିଛି .....ଆଜି ମୁଁ ......ଜାଣିଛି 
        ଖୋଜୁଛ ସେହି ପୁରୁଣା ଦିନ ଆଉ ଭଲ ମନ
 କିନ୍ତୁ ଆଉ କି ଖୋଜିଲେ ତୁମେ ହେବ ମୋର ...,,
    ଦିନେ କରି ମୋତେ ପର , ଧରିଲ ଧବ କର 
   ତୁମେବା ଆଜି ଆଉ କାହାର ......
      ଆଜି ସମୟ ଦେଇଛି ଉତ୍ତର .....
          ଆଜି ସମୟ ଦେଇଛି ଉତ୍ତର ......।।
 ଦରଦୀ କବି - ସରୋଜ କୁମାର ଜେନା 
( ବାଲିଝରୀ, ନରସିଂହପୁର,କଟକ )

No comments: