'ଦେଶପ୍ରେମୀ'
--------------
---
ଜଗତେ ବିଖ୍ୟାତ ଆମରି ଭାରତ
କାହିଁ ଅଛି କହ ଏମନ୍ତ ଦେଶ
ଏଇଦେଶ ପାଣି ପବନରେ ବଢି
ଦେଶପ୍ରେମ ଭାବ ବଢ଼ଇ ମିତ ।
ଛୋଟପିଲା ବେଳୁ ଚିହ୍ନିଲି ମୋ ଗାଁ
ମୋ ବାପା ବୋଉ ଭାଇ ଭଉଣୀ
ଦାଦା ଖୁଡି ଆଉ ସାଇପଡ଼ିଶା
ପିଉସା ଯେ ଆଉ ପିଉସୀନାନୀ ।
ମାମୁଁ, ମାଇଁ ସହ ମଉସା ମାଉସୀ
ଆହୁରି ଜାଣିଲି ବନ୍ଧୁ ବାନ୍ଧବ
ମିଳିମିଶି ସତେ କେତେ ଆନନ୍ଦରେ
ସମାଜେ ଚଳନ୍ତି ନଥାଇ ଭେଦ ।
ସ୍କୁଲ ଓ କଲେଜ ମୋତେ ଶିଖାଇଲା
ଦେଶ ଇତିହାସ ଗୌରବ ଗାଥା
କେତେ କେତେ ବୀର ଦେଶପାଇଁ
ଲଢ଼ି ଲଭିଛନ୍ତି କେତେ ଅସହ୍ୟ ବ୍ୟଥା ।
ଇଂରେଜ ଶାସନ କେତେ ଯେ କଷଣ
କେତେ ଅତ୍ୟାଚାର ଭୋଗିଲେ ଲୋକେ
ସେଠୁ ମେଳିହେଲେ ଦେଶପ୍ରେମୀ ମାନେ
ଦେଶକଥା ଭାବି ବିବେକ ଡାକେ ।
ଯେ ଥିଲେ ଯୋଉଠି ଯେତିକି ସମ୍ଭବ
କଲେ କାମ ଦେଶପାଇଁ
ମହାତ୍ମାଙ୍କ ପଛେ ଠିଆ ଦେଶବାସୀ
ଇଂରେଜ ଗଲେ ପଳାଇ ।
ନୁଆଁ ଯୁଗ ହେଲା ସ୍ୱାଧୀନଭାରତେ
ନୁଆଁ ଯୋଜନାରେ ଦେଶ
ଆମ ସରକାର ଆଗକୁ ବଢ଼େଇ
ନେଲେ ଯେ ଆମରିଦେଶ ।
ତଥାପି ସରୁନି ଦୁଃଖ ଭାରତର
ଚାରିଆଡେ ଦେଖ ଅରି
ଚୀନ, ପାକିସ୍ତାନ , ଆଫଗାନିସ୍ତାନ
ଭିଆଉଛନ୍ତି ବଇରୀ ।
ବାହ୍ୟଶତ୍ରୁ ଆଉ ଭିତରେ ବି ଶତ୍ରୁ
ରଚନ୍ତି କୁକାର୍ଯ୍ୟମାନ
ଦେଶପ୍ରେମୀମାନେ ସଜାଗ ଅଛନ୍ତି
ଭାଙ୍ଗିବାକୁ ଶତ୍ରୁ ଟାଣ ।
ସନ୍ତ୍ର।ସବାଦୀ, ଷଡଯନ୍ତ୍ରକାରୀ
ବୁଲନ୍ତି ଧରି ଆତଙ୍କ
ଦେଶପ୍ରେମୀ ଭାବ ଦେଶବାସୀଙ୍କର
ପଣ୍ଡକରେ ଷଡ଼ଯନ୍ତ୍ର ।
ଦେଶ ନୁହେଁ ଗଢା ମାଟି ଓ ପାଣିରେ
ଜନତାଙ୍କୁ ନେଇ ଦେଶ
ଦେଶପ୍ରେମ ଭାବ ନ ରହିଲେ ,ଏତେ
ଜନସଂଖ୍ୟା କିସ ଲାଭ ?
ହେ ଭାରତବାସୀ ହୁଅ ହେ ସଜାଗ
ବଢୁ ଦେଶପ୍ରେମ ଭାବ
ନ ହେଲେ ଭାରତ ପୁଣି ହରାଇବ
ଅତୀତ ଗାଥା ଗୌରବ ।
------------///------------
ଶିବ ଶଙ୍କର ସାହୁ
ସମ୍ପର୍କ: ରେଳସଦନ, ଭୁବନେଶ୍ୱର
@୯୪୩୭୫୮୪୫୮୯
୮୪୫୫୮୮୫୨୧୯
No comments:
Post a Comment