ସାହିତ୍ୟ ଜୀବନ କୁ ସ୍ୱାଗତ । ଏହା ସାହିତ୍ୟ ର ଉନ୍ନତି ପାଇଁ ଏକ ଛୋଟ ପ୍ରୟାସ । ଗଳ୍ପ ଓ କବିତା ରଚନାକୁ ବଜାୟ ରଖିବାକୁ ଶତଚେଷ୍ଟିତ "ସାହିତ୍ୟ ଜୀବନ" । ଆପଣଙ୍କର କେତେଜଣ ଅଛନ୍ତି ଯେଉଁମାନଙ୍କ ପାଇଁ ଏହା ଏକ ଛୋଟ ଗ୍ରାମ । ଏହାର ଜୀବନ ତୁମ୍ଭର ନିଜ ସଖା ।

ଦେଶପ୍ରେମୀ - ଶମ୍ଭୁନାଥ ଦାସ , କୋଲକାତା


          :::: ଦେଶପ୍ରେମୀ :::
*           ଜୟ ହିନ୍ଦ୍ ହିନ୍ଦୁସ୍ଥାନ         *

ବୀର ବେଶେ ମୋତେ       ସଜାଇ ଦିଅ ମା'
              ଯିବି ଆଜି ମୁଁ ସୀମାନ୍ତ,
ଯୁଦ୍ଧ କରି ରକ୍ଷା               କରିବି ଦେଶକୁ
               ତୋ' ମନ କରିବି ଶାନ୍ତ ।

ବୀର- ପ୍ରସବିନୀ            ଜନନୀ ପରା ତୁ
               କରନାହିଁ ମନ ଦୁଃଖ,
ଅମର ସହିଦ              ରକ୍ତ ମୋ' ଲଲାଟେ
               ତିଳକ କରିଛି ଦେଖ !

ଚାଇନା ସୈନିକ            ମାରି ଘଉଡ଼ାଇ
              ଭାଙ୍ଗିବି ତା' ଅହଂକାର,
ଯେଉଁ ଅ°ଶ ତୋ'ର       କରିଛି ଦଖଲ
              ଝିଙ୍କି ଆଣିବି ଏଥର ।

ଶହେ ବର୍ଗ କିଲୋ-         ମିଟର ମୋ' ଭୂମି
              କରିଅଛି ଅକ୍ତିଆର,
ସେ ଭୂମିକୁ ନିଶ୍ଚେ           ଆଣିବି ଛଡ଼େଇ
            ବଜ୍ର ଶପଥ ଯେ' ମୋର ।

ଚାଇନା କମ୍ପାନୀ            ଯେତେକ ପଦାର୍ଥ
             ଆଜି'ଠୁ ସବୁ ବର୍ଜନ,
ଆମରି ଅର୍ଥ'ରେ            ଶକ୍ତି ଦେଖାଉଛି
             ନାଶିବି ତା' ଖଳ-ଖୁଣ ।

ଆସ ଭ୍ରାତା ଭଗ୍ନୀ           ସଭିଁଏ କରିବା
              ମାତୃଭୂମି ଜୟଗାନ,
ଭାରତମାତା'ର              ଜୟ ମନ୍ତ୍ର-ଧ୍ଵନି
              ଜୟ ହିନ୍ଦ୍ ହିନ୍ଦୁସ୍ଥାନ ।
 
ଶମ୍ଭୁନାଥ ଦାସ (ମୁଖ୍ୟ ସ°ପାଦକ : ଅଭିଯାନ)
ସମ୍ଭ୍ରାନ୍ତ ଓଡ଼ିଆ ସାହିତ୍ୟ ପତ୍ରିକା / କୋଲକାତା

No comments: