::ଦେଶପ୍ରେମୀ::
ଉଲଂଘନ କରି ସ୍ୱାର୍ଥର ବଉଦ
ସାହସ ବ୍ୟୋମଯାନରେ l
ଅବତରଣ ସେ କରେ ଅନାୟାସେ
ବୀରତ୍ୱ ର ପ୍ରାନ୍ତରରେ ll
ଦେଶପ୍ରେମ ମନ୍ତ୍ରେ ବଶୀଭୂତ ହୋଇ
ହୋଇଥାଏ ଦେଶପ୍ରେମୀ l
ହିମାଳୟ ପରି ସାମନା କରେ ସେ
ବାଧା ବିଘ୍ନର ସୁନାମି ll
ଗୋଟେ ଭଉଣୀର ଭାଇ ନୁହେଁ ସେ ତ
ନୁହେଁ ଗୋଟେ ମାଁର ପୁଅ l
ଦେଶର ପାଇଁକି ଶରୀରରୁ ତାର
ବହେ ଶୋଣିତର ସୁଅ ll
ଦେଶ ମାତୃକାର ସୁରକ୍ଷା ପାଇଁକି
ସାଜେ ସୀମାନ୍ତ ପ୍ରହରୀ l
ତା ପାଇଁକି ସିନା ଦେଶବାସି ମୁଖୁ
ଆସେ ହସର ଲହରୀ ll
ବାଘ ପରି କରେ ସମ୍ମୁଖ ସଂଗ୍ରାମ
ଗଲେ ଯାଉ ପଛେ ପ୍ରାଣ l
ନିଜ ଜୀବନକୁ ଉତ୍ସର୍ଗ କରି ସେ
ରଖେ ଜାତିର ସମ୍ମାନ ll
ନବୀନ କୁମାର ପଧାନ
ସାନଫାସଡ, ବଲାଙ୍ଗୀର
No comments:
Post a Comment