ସାହିତ୍ୟ ଜୀବନ କୁ ସ୍ୱାଗତ । ଏହା ସାହିତ୍ୟ ର ଉନ୍ନତି ପାଇଁ ଏକ ଛୋଟ ପ୍ରୟାସ । ଗଳ୍ପ ଓ କବିତା ରଚନାକୁ ବଜାୟ ରଖିବାକୁ ଶତଚେଷ୍ଟିତ "ସାହିତ୍ୟ ଜୀବନ" । ଆପଣଙ୍କର କେତେଜଣ ଅଛନ୍ତି ଯେଉଁମାନଙ୍କ ପାଇଁ ଏହା ଏକ ଛୋଟ ଗ୍ରାମ । ଏହାର ଜୀବନ ତୁମ୍ଭର ନିଜ ସଖା ।

"ଦେଶ ପ୍ରେମୀର ଆହ୍ୱାନ" - ସୂର୍ଯ୍ୟକାନ୍ତ ମାଲିକ , କେନ୍ଦ୍ରାପଡ଼ା


..... "ଦେଶ ପ୍ରେମୀର  ଆହ୍ୱାନ"...

ଦେଖାଓରେ ସାହସ
ସାହସରେ ଭରି ଯାଉ
ସହସ୍ର ଜୀବନ
ମୁଣ୍ଡ ନନୁଆଇଁବା କେବେରେ
ଏ ମୋ ଦେଶର ଗୌରବ
ମୋ ଦେଶର ଗୌରବ.... l
ପିତୃ ପିତାମହ ମାନେ ଗଢ଼ିଛନ୍ତି କେତେ
କଳା କୌଶଳ ଆଉ ସାମ୍ରାଜ୍ୟ ଯେତେ
ଭାଙ୍ଗି ଚୁରୁମାନ ହେଲାଣି ଏଠି
ରକ୍ଷା କରହେ ତାକୁ
ଘରକଣରେ ନ ଲୁଚି
ଘରକଣରେ ନ ଲୁଚି..... l
   
ହେ ମୋର ବୀର ସାହସୀ ଗଣ
ଡରିବା ଯାତକେ ନାହିଁ ମୋଦେଶର
କିମ୍ପାଇ ବସିଛ ହୋଇ ମଉନ
ଦେଶ ରକ୍ଷା ପାଇଁ ମାଡିଚାଲ
ଦେଇ ରଣ ହୁଁଙ୍କାର
ରଣ ହୁଁଙ୍କାର... ll

ମେଲେଇ ଦିଅ ତୁମ ସାହସର  ପସରା
କୋଟି କୋଟି ଜନତାଙ୍କ ଭରଷାର ପଣତକୁ
ନଚେତ୍
କାଢି ଫିଙ୍ଗିଦିଅ  ତୁମ ଛଦ୍ମତାର ସାହସକୁ  କୋଉ
ନାଳ ନର୍ଦମାର  ଅଳିଆ ଭିତରକୁ
ନର୍ଦମାର ଅଳିଆ ଭିତରକୁ... ll


        ସୂର୍ଯ୍ୟକାନ୍ତ ମାଲିକ, 

       ଘଣ୍ଟାପଦା, 

       କେନ୍ଦ୍ରାପଡ଼ା 

No comments: