ସାହିତ୍ୟ ଜୀବନ କୁ ସ୍ୱାଗତ । ଏହା ସାହିତ୍ୟ ର ଉନ୍ନତି ପାଇଁ ଏକ ଛୋଟ ପ୍ରୟାସ । ଗଳ୍ପ ଓ କବିତା ରଚନାକୁ ବଜାୟ ରଖିବାକୁ ଶତଚେଷ୍ଟିତ "ସାହିତ୍ୟ ଜୀବନ" । ଆପଣଙ୍କର କେତେଜଣ ଅଛନ୍ତି ଯେଉଁମାନଙ୍କ ପାଇଁ ଏହା ଏକ ଛୋଟ ଗ୍ରାମ । ଏହାର ଜୀବନ ତୁମ୍ଭର ନିଜ ସଖା ।

ଦେଶପ୍ରେମ - ଦୀପକ କୁମାର ପଣ୍ଡା , ରାୟଗଡ଼ା


     
   🇮🇳 ଦେଶପ୍ରେମ 🇮🇳


ଏହି ଦେଶ ଏହି ମାଟି 
    ରହିଛି ରହିବ ତାର ନାଁଟି 

ନିଜ ଜୀବନକୁ ଲଗାଇ ବାଜି 
ଶତ୍ରୁକୁ ବିନାଶ କରେସେ ଆଜି 

ନିଜ ଗାଁ ମାଟିକୁ ଛାଡି 
ଶତ୍ରୁକୁ ବୀନାସୀ ପକାଏ ରଡ଼ି 

ମାଟି ମା ର କୋଳରେ ଶୋଇ 
ହସ ଖୁସି ରେ ଦିନ ବିତାଇ 

ଯେତେବେଳେ ଯାଏଁ ଥିବ ଏ ଦେହରେ ନିଶ୍ୱାସ 
ଶତ୍ରୁକୁ ନିଶ୍ଚୟ କରିବି ବିନାଶ 

ପଛଘୁଞ୍ଚା ନାଇ ମୋର ମନେ 
ଦେଶ ସୁରକ୍ଷା କୁ ରଖିଛି ଧ୍ୟାନେ 

ନିଦ ଭୋକ ଶୋଷକୁ ଭୁଲିଯାଏ 
     ନିରିକ୍ଷୀ ଅନାଇ ଥାଏ 
ରକ୍ତ ର ଜବାବ ରକ୍ତ ରେ ଦିଏ 
  ଭାରତ ମା ର ସନ୍ତାନ ସିଏ 

ବଣ ଜଙ୍ଗଲ ଅଟେ ମୋ ଘର 
ବର୍ଷା ଖରା ଶୀତକୁ କରି ନିଜର 

ଛାଡି ସାଙ୍ଗ ସାଥି ଘର ପରିବାର 
ଯନ୍ତ୍ରଣା ପାଇ ବି ଅଭିନୟ କର 

ଚାଷୀ ପୁଅ ମୁଁ ଯେ ମୋ ବାପା ଅଟନ୍ତି କୃଷକ 
ସେହି ମାଟିରେ ଜନ୍ମଲିଗୋ ମୁହିଁ ସେହି ମାଟି ମାର ରଖିବି ଟେକ 


ଗୋଟିଏ ଗୁଳିରେ ଯାଏ ଜୀବନ 
ସ୍ମୁତି ଭରା ରହିଯାଏ ଏଇ ଦିନ 

ଲୋକେ ଖାଆନ୍ତି ନିଜ ଘରେ ରହି ଛଅ ତିଅଣ ନ ଭଜା
ଯବାନ  ଖାନ୍ତି ଶୁଖିଲା ରୁଟି ଦର ସିଝା 

ଭୋକ ଉପାସ ରହି କଟାନ୍ତି ବର୍ଷ ମାସ 
ଭାଇ ଭାଇ ମିଶି ରହନ୍ତି ବଢାଇ ନିଜ ସାହସ 

ଶତ୍ରୁ ଯଗିଣ ସୀମାରେ ରହୁଛ ଚେଇଁ 
ତୁମ ପାଇ ପରା ଦେଶବାସୀ ଆମ ସୁଖ ନିଦ୍ରାରେ ଯାଆନ୍ତି ଶୋଇ 

କେତେଯେ ଯବାନ  ଦେଶ ପାଇ ପ୍ରାଣ ରକ୍ତ ପାଣିରେ ଦିଅନ୍ତି ଛଡ଼େଇ 
ଜୀବନ ଯିବାର ଶେଷ ସମୟରେ ଜାତୀୟ ପତାକା ଧରି ଜୟ ହିନ୍ଦ ବୋଲି ଦିଅନ୍ତି କହି 

ଲାଗେନି ଆଜି ନିଜକୁ ଡର ଭୟ 
ଭାରତ ମାତାର ହେବ ଜୟ 

 🇮🇳🇮🇳🇮🇳  ଜୟ ହିନ୍ଦ  🇮🇳🇮🇳🇮🇳

    ଦୀପକ କୁମାର ପଣ୍ଡା 
ଜିଲ୍ଲା. - ରାୟଗଡା  ଗୁଣୁପୁର

No comments: