,""🇮🇳""ଦେଶ ପ୍ରେମୀ""🇮🇳""
ରକ୍ତ ର ପ୍ରତି ଅଂଶ ରେ ଜଡିତ
ଯେ ଦେଶେ ଜନମ ଲଭିଛି
ତା ସେବା ପାଇଁ ମୋ ଶରୀର ସମର୍ପିତ।
ଭାରତରେ ଜନ୍ମ ନେଇ ଆଜି ମୁଁ ଗର୍ବିତ।
ଏଦେଶ ହେଉଛି ବୀରକର ଭୂଇଁ ମାଟି
ସୁନା ଫସଲ ରେ ସବୁଜ ବଣରେ ଚାଷୀ ଭାଇ କରେ ତାକୁ ଶୋଭିତ।
ତାହା ସେବା ମୋ ଭାଗ୍ୟର କଥା
ଦେଶ ପ୍ରେମେ ବଲିଦାନ ଦେବା
ଆଜିବନକାଳ ଅମର ରହିବ ଗାଥା।
ଛାତି ଚିରିଯାଏ ଗୁଳିର ଧାରେ ମୋ
ରକ୍ତ ର ସୁଅ ଛୁଟଇ
ଶତ୍ରୁ ପରାଜୟ ହେଉ ପଛେ
ମୋ ଶରୀର କୁ ବଳି ଦେଇ।
ମାଟିର ମହକ ସୁନା ଭାରତ ମୋ
ମୋ ଜନ୍ମଭୂଇଁ ହସୁଥାଉ
ଅମର ରହିଛି ସବୁଦିନ ପାଇଁ
ଶରୀର ନଥିଲେ କ,ଣ ହେଲା
ଶହୀଦ ଥିବା ମୋ ଆତ୍ମା ଟା ପୁଣି
ଦେଶ ସେବାରେ ଲାଗିଯାଉ।
ପାଇଛି ଏଦେଶେ ମୁଁ ମମତାମୟୀ
ଜନନୀ ଜନମ ଭୂଇଁ
ତା ସୁରକ୍ଷାପାଇଁ ମୁଁ ନିତି
ଶହୀଦ ହେବି ପଛେ
ଦେଶପ୍ରେମୀ ଟିଏ ହଇ।
ଏମିତି ସୈଭାଗ୍ୟ ଆଉଁ ପାଇବି କାହିଁ?
ସଭିଙ୍କ ଦିହରେ ଦେଶପ୍ରେମ ଆଜି
ଭାରତୀୟ ବାସୀ ଜାଗି ଉଠୁ
ଚାଇନା ଦରବ କିଣିବାନି ଆଉ
ଆଖି ବି ପକେଇବାନି ତା ଜିନିଷକୁ
ସ୍ବଦେଶୀ ଜିନିଷ କିଣିବା ଆଜିଠୁ।
ଏହା କଲେ ଯାଇ ଆମେ
ଦେଶ ସେବାରେ ଅଳ୍ପ କେ ହେଲେ
କିଛିତ ଲାଗିବା କାମେ।
ବୀର ମାଟିର ଜବାନ କୁ ମୋ ଦେଶ ରକ୍ଷା ପାଇଁ
ମୋ ଆୟୁଷ ଟିକକ ଲାଗିଯାଉ
ଚିରସ୍ମରଣୀୟ ଇତିହାସେ ତାର
ଜୟ ଜୟ କାର ଜବାନ ଅମର
ହୋଇ ରହୁ।
ଜୟ ଜବାନ ଜୟ କିଷାନ
ଭାରତ ମାତା କି ଜୟ
ଜୟ ହିନ୍ଦ୍
ନାମ-ସରସ୍ବତୀ ସାଲିମା
ଜିଲ୍ଲା-ସମ୍ବଲପୁର
No comments:
Post a Comment