ଦେଶ ପ୍ରେମୀ
=======
ମା ମାଟିର ଚରଣ ଧୂଳି କୁ
ଦେଇଛି ମଥାରେ ମାରି ,
ସୀମା ସରହଦେ ଅତନ୍ଦ୍ର ବିନିଦ୍ର
ଏକ ଜାଗ୍ରତ ପ୍ରହରୀ ll
ଶାଶ୍ୱତ ସତ୍ୟ ଚିରନ୍ତନ ତତ୍ତ୍ଵ
ଦେଶ ମାତୃକାଠୁଁ ବଳି,
ସରଗ ମରତ ପାତାଳେ କେ ନାହିଁ
ତା ସଙ୍ଗ ସମ ସରି ll
ବହୁ ବାଧାବିଘ୍ନ ଦ୍ୱନ୍ଦ କୁ ଦଳି
କର୍ତ୍ତବ୍ୟେ ଆଗୁଆନ,
ଶୌର୍ଯ୍ୟ ବୀର୍ଯ୍ୟ ଦମ୍ଭ ଧୈର୍ଯ୍ୟ
ବଜ୍ରସ୍ବରେ ଆହ୍ବାନ ll
ଦେଶ ବାସୀଙ୍କ ସୁରକ୍ଷା ପାଇଁ
ଯାଉ ଯେବେ ଏ ଜୀବନ,
ତା କୋଳେ ଜନ୍ମି ତା ହିତେ ମୃତ୍ୟୁ
ଅବା ନାହିଁ ଅବସନ୍ନ ll
ଶ୍ରେଷ୍ଠ ସମ୍ମାନ ଲଭିବ ଯେବେ
ବୀରଗତି ହେବ ପ୍ରାପ୍ତି,
ଦୁର୍ଗତି ସବୁ ଦୁର୍ଗ ହୋଇ
ଆଣିବ ଜୟ ର ଉନ୍ନତି ll
ଜନ୍ମଦାତ୍ରୀଠୁଁ ଜନ୍ମଭୂମି
ତା ପାଇଁ ଅଟେ ବଡ,
କ୍ଷୁଧା ତୃଷ୍ଣା ନିଦ୍ରା ତେଜି
ଜଗେ ସୀମା ସୁରକ୍ଷା ଗଡ଼ ll
ପରାହତ କରେ ଶତୃ ପକ୍ଷକୁ
ଶେଷ ରକ୍ତ ବିନ୍ଦୁ ଥିବା ଯାଏ,
ଶହୀଦ ହେଲେ ଶ୍ରେଷ୍ଠ ସମ୍ମାନ
ପଥେ ପୁଷ୍ପ ବୃଷ୍ଟି ହୁଏ ll
ଏ ଦେଶ ବଞ୍ଚିଛି ଦେଶପ୍ରେମୀ ପାଇଁ
ଜାତିର କବର ତଳେ,
ସୈନିକ ଶ୍ରମିକ କୃଷକ ତାର
ବକ୍ଷରୁ ଲହୁ ଢାଳେ ll
======@======
ଅଶୋକ କୁମାର ପ୍ରଧାନ
ତର୍କାବେଡା, କଡଲା
ଜିଲ୍ଲା - ଢେଙ୍କାନାଳ
ମୋ - 9556666355
Email - ashok80pradhan@gmail.com
No comments:
Post a Comment