ସାହିତ୍ୟ ଜୀବନ କୁ ସ୍ୱାଗତ । ଏହା ସାହିତ୍ୟ ର ଉନ୍ନତି ପାଇଁ ଏକ ଛୋଟ ପ୍ରୟାସ । ଗଳ୍ପ ଓ କବିତା ରଚନାକୁ ବଜାୟ ରଖିବାକୁ ଶତଚେଷ୍ଟିତ "ସାହିତ୍ୟ ଜୀବନ" । ଆପଣଙ୍କର କେତେଜଣ ଅଛନ୍ତି ଯେଉଁମାନଙ୍କ ପାଇଁ ଏହା ଏକ ଛୋଟ ଗ୍ରାମ । ଏହାର ଜୀବନ ତୁମ୍ଭର ନିଜ ସଖା ।

ରଜପର୍ବ - ସଂଗ୍ରାମ କେଶରୀ ନାୟକ , ପୁରୀ


+++++++ ରଜ ପର୍ବ +++++++

ଓଡ଼ିଶାରେ ଜନ୍ମ ଆମର   ଓଡ଼ିଆ ଆମ ଗର୍ବ ।
ଓଡ଼ିଶାର ନିତି ପରମ୍ପରା ଆମର ଗର୍ବ ଗୈାରବ ।।
ଓଡ଼ିଆ ର ପର୍ବପର୍ବାଣୀ     ଆମର ପାଇଁ ଗୈାରବ ।
ଯେତେ ଅଛି ପର୍ବ ପର୍ବାଣୀ ଭିନ୍ ଅଟେ ରଜ ପର୍ବ ।।
ମିଥୁନ ମାସେ ମୈଥୁନୀ ମାନେ      ହୁଅନ୍ତିସଉଖିନି ।
ନୁଆ ରଙ୍ଗରେ ସଜେଇ ହୋଇ ବୁଲନ୍ତି ଫିନିଫିନି ।।
ମିଥୁନ ମାସେ ପରିବର୍ତ୍ତନ     ହୁଅଇ ବସୁନ୍ଧରା ।
ପାଳୁତ ଆମେ ଏହି ପର୍ବ ତାହାରି ପାଇଁ ପରା ।।
ମୈସମି ଆସେ ମେଘ ବରଷେ   ରଜ ହୁଅଇ ବସୁମାତା ।
ଧରଣୀ ମାଆ ପାଳନ କରି ହୋଇଛି ଜଗତଜୀତା ।।
କେବେ ପଡଇ ଜ୍ୟେଷ୍ଠ ମାସରେ    ଆଷାଢ଼ ମାସରେ ପରା ।
ମିଥୁନ ମାସେ ବର୍ଷା ଋତୁ ସୈାନ୍ଦର୍ଯ୍ୟ ବସୁନ୍ଧରା ।।
ଚାରିଦିନ ଧରି ପାଳିତ ହୁଏ    ଆମର ଏହି ରଜ ।
ଅଛନ୍ତି ଯେତେ କୁଆଁରୀ ପିଲେ ହୁଅନ୍ତି ସଜବାଜ ।।
ପ୍ରଥମ ଦିନ ପହିଲି ରଜ     ଦ୍ଵିତୀୟ ରଜ ସଂକ୍ରାନ୍ତି ।
ତୃତୀୟ ଦିନରେ ଭୁମିଦଣ ଚତୁର୍ଥେ ସ୍ନାନ ବସୁମତୀ ।।
ସହର ଠାରୁ ପୁରପଲ୍ଲୀ ଯାଏଁ   ପାଳନ ହୁଏ ରଜ ଉତ୍ସବ ।
ପିଠା ପଣାରେ ଘର ଘର ମହ ମହ ବାସୁଥିଵ ।।
କାହା ଘରେ ହୁଏ ମାଂସ ପଲାଉ   କାହା ଘରେ ପୋଡପିଠା ।
କାହା ଘରେ ଆରଷା କାକରା କାହାର ଏଣ୍ଡୁରି ମଣ୍ଡା ପିଠା ।।
ଟୋକାଏ ସବୁ ହୋଇ ଆନନ୍ଦ  ଖେଳନ୍ତି ବାଗୁଡ଼ି ଖେଳ ।
କୁଆଁରୀ ମାନେ ଉଲ୍ଲାସ ହୋଇ ଖେଳନ୍ତି ଭିନ୍ନ ଖେଳ ।।
ଗା ମୁଣ୍ଡର ଆମ୍ବ ତୋଟା ରେ   ଖେଳନ୍ତି ଯାଇ ଦୋଳି ।
କୁଆଁରୀ ଝିଅ ଆନନ୍ଦ ମନେ ହୁଅନ୍ତି ସଭିଏଁ ମେଳି ।।
ଵହୁ ଶ୍ରଦ୍ଧା ରେ ଵଡ ମାନଙ୍କୁ   ଦିଅନ୍ତି ରଜ ପାନ ।
ଦୋଳିରେ ବସି ମନ ଉଲ୍ଲାସୀ କରନ୍ତି ଗିତ ଗାନ ।।
ରଜ ର ଗିତ,ଆସେ ମିତ     ଆ  ବଉଳ ମୋର ।
ବନସ୍ତେ ଡାକିଲା ଗଜ ଭାଇ ମୁଣ୍ଡରେ ସୁନା ମୁକୁଟ ତାର ।।
ରଜ ପରେ ଚାଷୀ ହୋଇ ହରଷ    କରଇ ସେ କ୍ଷତ କୁ ଚାଷ ।
ମାଟି ମାଆ ଦିଏ ସାହାସ ହୋଇ ବିଶ୍ଵାସ ।।
ଏବର୍ଷର ରଜ ହୋଇଲା ନାସ    କରୋନା ଭାଙ୍ଗିଲା ରଜ ବିଶ୍ଵାସ ।
କାହୁଁ ଅଜଣା ବେମାରୀ ପକାଇଲା ହୁରି ହୋଇଲା ସଵୁ ଵିନାସ ।।
ନାହିଁ ବାହାର କୁ ଜିଵା    ନାହିଁ ବୁଲା ବୁଲି ନାହିଁ କରିବା ।
ନାହିଁ ଏକାଠି ବସିବା     ନାହିଁ ଖେଳ କୁଦ ଆମେ କରିବା ।।
ଦୁରତା ରକ୍ଷା କର ଏକ ମିଟର    ଜୀବନ ପାଇଁ ଆମର ।
ହାତ ମିଳା ମିଳି, ନାହିଁ କୋଳା କୋଳି, ଦୁରୁ ଥାଇ ହେବା ଜୁହାର ।।
ସାମାଜିକ ଦୁରତା ପାଳନ କରିବା   କରୋନା ଭୁତାଣୁ ଠାରୁ ମୁକ୍ତି ପାଇବା ।
ଏ ବର୍ଷ ର ରଜ ଗଲେ ଯାଉ ମଉଳି ଦୁନିଆ କୁ ସୁଧାରିବା ।।
ରଜ ଆସିଥିଲା କେତେ ଖୁସି ନେଇ     କରୋନ ଏହାକୁ ଦେଲା ଵିଗିଡେଇ ।
ଆନନ୍ଦିତ ମନ ଦୁର୍ବଳ ନକରି ସାହାସ ବାନ୍ଧିବା ଦେଶ ପାଇଁ ।।
ଦୁରକୁ ଜିଵାନି ନିୟମ ଭାଙ୍ଗିଵାନି   ପାଳିବା ଆମେ ରଜ ।
ଘରେ ରହି ଏ ସବୁ କରିଲେ ପାଖେ ଆସିବନି ଯମରାଜ ।।
ଘରେ ରହି ମୁହିଁ ଦେଉଛି ଜଣାଇ   ଆହେ ଲିଳାମୟ ଲିଳା ଠାକୁର ।
ଏ ବର୍ଷ ର ରଜ ଗଲେ ଯାଉ ମଉଳି କରୋନା କୁ କର ଦୁର ।।
ଆହେ ଦୟାମୟ ତୋର ପାଦ ତଳେ କୋଟି ଜୁହାର ।
ତୁମେ କରନାହିଁ ଆମକୁ ହତାଦାର
 
ସଂଗ୍ରାମ କେଶରୀ ନାୟକ
ସଂଖୁଆ ଗଡରୁପାସ ଗୋପ, ପୁରୀ

No comments: